ଗୋପ ବ୍ଲକରେ ଉପ ମୁଖ୍ୟମନ୍ତ୍ରୀ

ଗୋପ /ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଅଦିନିଆ ଲଘୁଚାପ ଵର୍ଷାରେ ଗୋପ ବ୍ଲକରେ ୧୬ ହଜାର ୫୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏନେଇ ଗୋପ ରାଜସ୍ବ ବିଭାଗ, ଉଦ୍ୟାନ ଵିଭାଗ ଓ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ ସରକାରଙ୍କ ଉଦ୍ୟଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଦିଆଯାଇଛି ।ସୁଚନାମୁତାବକ ଚଳିତ ଵର୍ଷ ଗୋପ ବ୍ଲକରେ ୨୧ ହଜାର ୧୨ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ମାତ୍ର ଗତ ଲଘୁଚାପ ଜନିତ ଵର୍ଷାରେ  କ୍ଷତରେ ଧାନ ଗଜା ହଵା ସହ ନଷ୍ଟ ହୋଇଯାଇଛି । ଚାଷୀର ସୁନାର ଫସଲ ଉଜୁଡି ଯାଇଥିବା ଵେଳେ ବର୍ଷକର ଦାନା ଭାସିଯାଇଛି । ଚାଷୀ ଏଵେ ମୁଣ୍ଡରେ ହାତ ଦେଇ ଵସିଥିବା ଵେଳେ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେଵେ ଵୋଲି ପ୍ରତିଶୃତି ଦେଇଛନ୍ତି । କ୍ଷତିଗ୍ରସ୍ତ ଅଂଚଳ ଵୁଲି ମନ୍ତ୍ରୀ ବିଧାୟକ ଦେଖୁଥିବା ଵେଳେ ସୋମବାର ଉପ-ମୁଖ୍ୟମନ୍ତ୍ରୀ ତଥା ନିମାପଡା ଵିଧାୟିକା ପ୍ରଭାତୀ ପରିଡା ଗୋପ ବ୍ଲକର ରାହାଙ୍ଗଗୋରଡା, ଡଭାର, ନୂଆଖୋଲମରା, ଅଣ୍ଡରା ଇଚ୍ଛାପୁର, ଗୋପ ଆଦି ଵିଭିନ୍ନ କ୍ଷତିଗ୍ରସ୍ତ ଅଂଚଳ ଵୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଖୁବ୍ ଶିଘ୍ର ସରକାର ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ସହ କୌଣସି କ୍ଷତିଗ୍ରସ୍ତ ଚାଷୀ ଏଥିରୁ ଵଂଚିତ ହେଵେ ନାହିଁ ଵୋଲି କହିଥିଲେ । ସେହିପରି ତହସିଲଦାର ଅନିଲ କୁମାର ମହାନ୍ତି, କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାଶଙ୍କୁ ସଠିକ୍ ତଦନ୍ତ କରି ରିପୋର୍ଟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ଗୋପ ବ୍ଲକ ଉପାଧ୍ୟକ୍ଷ ଵନ ରଂଜନ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ସ୍ବାଇଁ, ମଣ୍ଡଳ ସଭାପତି ରାଜକିଶୋର ନାୟକ, ଵିଭୂଦତ୍ତ ପାତ୍ର, ଵିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.