ଲୁଟିଆଙ୍କ ଟେର ପାଉନି କାକଟପୁର ଅସ୍ତରଙ୍ଗ ପୁଲିସ 

ଅସ୍ତରଙ୍ଗ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦିନକୁ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଲୁଟପାଟ ଏବଂ ରାହାଜାନି ବଢ଼ିବାରେ ଲାଗିଛି। ଲୁଟ ଘଟାଇ ଆଖି ପିଛୁଳାରେ ଚମ୍ପଟ ମାରୁଛନ୍ତି ଅପରାଧୀ।ଦିନ ଦ୍ବିପ୍ରହରରେ ଘର ନିକଟରୁ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ। ବାଇକିରେ ଆସି ହେଲମେଟ ପିନ୍ଧି ଅଜଣା ଯୁବକ ଅନ୍ୟ ଲୋକଙ୍କ ପରିଚୟ ପଚାରି କେହି ନଥିବାର ସୁଯୋଗ ଦେଖି ଲୁଟ କରିନେଲେ।

ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନିକଟସ୍ଥ ଜିଓଳ ଗ୍ରାମରେ ଶନିବାର ମଧ୍ୟାହ୍ନ ୧୨ଘ ୪୫ମିନିଟ ସମୟରେ ମହିଳା ନିଜ ଦୁଆର ମୁହଁରେ ଛିଡା ହୋଇଥିବା ବେଳେ ୨ଜଣ ଅଜଣା ଯୁବକ ଫୋନ ଧରି ଆସି ଜିଓଳ ଗ୍ରାମର ଇତିଶ୍ରୀ ମହାନ୍ତି ଙ୍କୁ ପଚାରିଥିଲେ ପିଙ୍କୁ ପ୍ରଧାନଙ୍କ ଘର କେଉଁଠି, ଏହି କ୍ଷଣିକ ସମୟ ମଧ୍ୟରେ ମହିଳାଙ୍କ ବେକରେ ପଡ଼ିଥିବା ୧୨ଗ୍ରାମର ସୁନା ଚେନ ଛିଣ୍ଡେଇ ନେଇଯାଇଥିଲେ। ହଠାତ ହେଲମେଟ ପିନ୍ଧି ମଟର ସାଇକେଲ ରେ ସେ ସ୍ଥାନରୁ ଖସିପଳାଇ ଥିଲେ। ଏ ନେଇ ଇତିଶ୍ରୀ ମହାନ୍ତି କାକଟପୁର ଥାନାରେ ଲିଖିତ ଅଭିଯୋଗ ପରେ କାକଟପୁର ଥାନା ଏ ଏସ ଆଇ ମନୋରଞ୍ଜନ ପରିଡା ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଥାନା କେଶ ନମ୍ବର ୨୬୧/୨୪ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ପୋଲିସ।ସେହିପରି କାକଟପୁର ଥାନା ନିକଟସ୍ଥ ହାରାମଣି ଦେଇ ଶନିବାର ମଧ୍ୟାହ୍ନ ୧୨ଘ ୫୦ମିନିଟ ସମୟରେ ନିଜେ ଓ ଖୁଡିଶାଶୁଙ୍କ ସହ ଦୁଆର ମୁହଁରେ ବସି କଥା ବାର୍ତା ହେଉଥିବା ବେଳେ ହଠାତ ଦୁଇ ଜଣ ଅଜଣା ଯୁବକ ଜଣେ ମଫ୍ ଲର ଅନ୍ୟ ଜଣେ ହେଲମେଟ ପିନ୍ଧି ଆସି ଚେନ ଛିଣ୍ଡାଇ ନେଇଯାଇଥିଲେ କିଛି ଖଣ୍ଡ ରହିଯାଇଥିଲା।ଏ ନେଇ ଥାନାରେ ଅଭିଯୋଗ ପରେ ଥାନା କେଶ ନମ୍ବର ୨୬୦/୨୪ରେ ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଲୋକ କହିବା ମୁତାବକ, କାକଟପୁର ଓ ଅସ୍ତରଙ୍ଗ ରେ ନିଶା ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଯୁବଗୋଷ୍ଠୀର ଯୁବକ ମାନେ ନିଶା କବଳରେ ପଡି ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି।ତେବେ ଲୁଟେରା ମାନେ ଏପରି ବାରମ୍ବାର ମହିଳାଙ୍କୁ ଟାର୍ଗେଟ କରୁଥିବା ବେଳେ ଚିନ୍ତାରେ ପୋଲିସ।

Leave A Reply

Your email address will not be published.