ନୟାଗଡ ଜିଲ୍ଲାରେ କୃଷକ ଙ୍କ ପାଖରେ ପହଁଚିଲେମୁଖ୍ୟ ମନ୍ତ୍ରୀ
ଧାନ ଫସଲ କ୍ଷୟ କ୍ଷତିର କଲେ ଆକଳନ
ନୟାଗଡ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ମଝିଆଖଣ୍ଡ ଓ କାଣ୍ଡପଡା ପଞ୍ଚାୟତରେ ଅଦିନିଆ ବର୍ଷା ଦ୍ବାରା ହୋଇଥିବା ଫସଲ କ୍ଷୟକ୍ଷତି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇ ମାନଙ୍କୁ ସମବେଦନା ଜଣାଇ କହିଲେ ଗତ ୨୪ ତାରିଖରେ ଜିଲ୍ଲା ମହୋତ୍ସବ କୁ ଆସି ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେଉବାର ଅନୁଭବ କରି ଯାଇଛି । ମୁଁ ଯାହା ଦେଖୁଛି ଅଦିନିଆ ବର୍ଷା ଦ୍ବାରା ଚାଷୀ ଭାଇ ମାନଙ୍କର ପ୍ରକୃତ କ୍ଷୟକ୍ଷତି ହୋଇଛି । କଣ୍ଡପଡ଼ା ଓ ମଝିଆଖଣ୍ଡ ପଞ୍ଚାୟତର ଚକ୍ରଧର ମାଝୀ, ସନ୍ତୋଷ ମୁଦୁଲି, ଲକ୍ଷ୍ମୀଧର ସାମଲ, ପ୍ରହଲ୍ଲାଦ ବେହେରା, ବସନ୍ତ ମହାପାତ୍ର, ଭୀମସେନ ମହାପାତ୍ର ପ୍ରବୃତି ଚାଷୀ ମାନଙ୍କ ସହିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ । କ୍ଷୟ କ୍ଷତିର ତଥ୍ୟ ପଞ୍ଚାୟତ, ବ୍ଳକ, ଜିଲ୍ଲା କୃଷି ଅଧିକାରୀ, ଆର ଆଈ, ତହସିଲଦାର ପ୍ରଭୃତିଙ୍କୁ ଦରଖାସ୍ତ କରିପାରିବେ ଏଥିସହିତ ପ୍ରଧାନମନ୍ତ୍ରୀ କୃଷି ବୀମା ଅନ୍ତର୍ଭୁକ୍ତ ଚାଷୀଭାଇମାନେ ଟୋଲ ଫ୍ରି ନମ୍ବର ୧୪୪୪୭ ଦ୍ବାରା କଲ କରି ଏବଂ କୃଷି ରକ୍ଷକ ପୋର୍ଟାଲରେ କ୍ଷୟ କ୍ଷତି ପଞ୍ଜିକରଣ କରି ଅଦିନିଆ ଫସଲ କ୍ଷତିର ଦାବି ଉପସ୍ଥାପନ କରିପାରିବେ ଏବଂ ସରକାରୀ କଳ ଆପଣମାନଙ୍କ ସହଯୋଗ ଓ ସେବା ନିମନ୍ତେ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି । ନୟାଗଡ ଜିଲ୍ଲାରେ ୬୩୫୦ ଏବଂ ରଣପୁର ବ୍ଲକ ୩୯୦୭ ପ୍ଲଟ ଚାଷ ଜମି କ୍ଷୟ କ୍ଷତି ହୋଇଥୁବାର ପୋର୍ଟାଲରେ ପଂଜିକୃତ ହୋଇଅଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ସମ୍ମାନନୀୟ ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଭା.ପ୍ର.ସେ , ଜିଲ୍ଲା ଆରକ୍ଷୀ ଅକ୍ଷକ ଏସ. ସୁଶ୍ରୀ ଭା.ପୁ.ସେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I