ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ

ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)।

ପୁରୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)। ଉଭୟଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ଦୁହିଁଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ତେବେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ନ ଥିବାରୁ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାର ବୃଦ୍ଧା ପ୍ରଭାସିନୀ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାସିନୀଙ୍କ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇନି।

ସେ ସମ୍ମିଳନୀ ଚାଲିଥିବାବେଳେ ପ୍ରାଣ ହରାଇଥିଲେ। ୨୬ ତାରିଖରୁ ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକଠାରେ ଆରମ୍ଭ ହୋଇଛି ଠାକୁର ନିଗମାନନ୍ଦଙ୍କ ସାର୍ବଭୌମ ଭକ୍ତ ସମ୍ମଳନୀ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଯୋଗ ଦେଇଛନ୍ତି। ମୃତ ରବୀନ୍ଦ୍ରନାଥଙ୍କ ଭାଇ ଓ ପୁତୁରା କହିଛନ୍ତି, ଆଜି ଅପରାହ୍ଣ ସାଢ଼େ ୩ଟାରେ ହଠାତ୍‌ ରବୀନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ୫ ମିନିଟ୍‌ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୂର୍ବରୁ ତାଙ୍କର ଓପନ୍‌ ହାର୍ଟ ସର୍ଜରି ହୋଇଥିଲା। ମୃତ ଜଗନ୍ନାଥଙ୍କ ଭାଇ ଓ ପରିବାର କହିଛନ୍ତି, ଆଜି ଅପରାହ୍ଣ ସାଢ଼େ ୩ଟାରେ ସାଧୁସନ୍ଥଙ୍କର ସେବା କରୁଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.