ଧାନ ବିଲରେ ଉପ ମୁଖ୍ୟମନ୍ତ୍ରୀ

ପଚା ନଡ଼ା,ଗଜାଧାନ ଦେଖାଇ କାନ୍ଦିଲେ ଚାଷୀ 

ଧାମନଗର ,୨୯-୧୨-୨୦୨୪ (ପିପିଏସ ) : ଗତ କିଛି ଦିନ ତଳେ ଲଗାତର ୬ ଦିନ ଧରି ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି ପାଚିଲା ଧାନ। ଉଜୁଡ଼ି ଯାଇଛି ଚାଷୀର ବର୍ଷକର ମେହେନତ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମତେ ମନ୍ତ୍ରୀ ଓ ବିଧାୟକ ମାନେ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଧାମନଗର ବ୍ଲକ ଅନ୍ତର୍ଗତ ପଳିକିରୀ, ଜୟକୃଷ୍ଣପୁର ଓ ଅନହରପୁର ରାଜସ୍ୱ ଗ୍ରାମ ବୁଲି ବିଲରେ ପଡ଼ିଥିବା କ୍ଷତିଗ୍ରସ୍ତ ଧାନ ଦେଖିଥିଲେ। ଏହି ଅବସରରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ଏହି କ୍ଷତି ଭରଣା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶ୍ଵାସନା ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତ୍ୱନୁ କୁମାର ମହାନ୍ତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଡିଆରସିଏସ ପ୍ରାଚୀତା ଜେନା, ଆଡିସନାଲ ଏସପି ଅରୁତ ଅପୂର୍ବ ବେହେରା,ଉପ କୃଷି ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ, ଡିପିଡି ଆତ୍ମା ବିଶ୍ଵ ରଞ୍ଜନ ରାଉତ, ତହସିଲଦାର ଦୀପକ କୁମାର ଦାସ, ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ, ବ୍ଲକ କୃଷି ଅଧିକାରିଣୀ ଅନୁରାଧା ପଣ୍ଡା, ସହକାରୀ କୃଷି ଅଧିକାରୀ ଦେବାଶିଷ ତ୍ରୀପାଠୀ, ଶ୍ରୀଜଗନ୍ନାଥ ସେବା ସମବାୟ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ଭିଏଡବଲ୍ୟୁ ଅଜୟ ଦାସ, ଉଦ୍ୟାନ କର୍ମଚାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପଳିକିରୀ, ଜୟକୃଷ୍ଣପୁର ଓ ଅନହରପୁର ଅଞ୍ଚଳର ଚାଷୀ ଶରତ ଚନ୍ଦ୍ର ରାଉତ, ଗୋପାଳ ରାଉତ, ରମାକାନ୍ତ ବିଶ୍ଵାଳ, ଶ୍ରୀଧର ରାଉତ, କରୁଣାକର ପ୍ରଧାନ, ପ୍ରଫୁଲ୍ଲ ରାଉତ, ଶଙ୍କର୍ଷଣ ଦାସ, ମନୋଜ କୁମାର ଦାଶ, ପ୍ରଶାନ୍ତ ଦାସ ମହାପାତ୍ର ପ୍ରମୁଖ କୋହଭରା କଣ୍ଠରେ ସେମାନଙ୍କ ଫସଲ ଦେଖାଇ କ୍ଷତି ଭରଣା ପାଇଁ ନିବେଦନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ପଳିକିରୀ ଛକ ଠାରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ, ନଗର ପ୍ରତିନିଧି କୈଳାଶ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ସ୍ବାଗତ ଜଣାଇଥିଲେ।

Leave A Reply

Your email address will not be published.