ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ କାର୍ଯ୍ୟ କରନ୍ତୁ

କଟକ,୨୬-୧୨-୨୦୨୪(ପିପିଏସ) : ଓଡ଼ିଶାରେ ରାଷ୍ଟ୍ରବାଦୀ ବିଜେପି ସରକାର ଆସିଛି। ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ଏଣୁ ଓଡ଼ିଶାର ବିକାଶକୁ କେହି ଅଟକାଇପାରିବେନି। ୨୦୩୬ ସୁଦ୍ଧା  ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ। ଏଥିରେ ସାମିଲ ହେବା ଲାଗି ଛାତ୍ରଛାତ୍ରଙ୍କୁ କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶାଖା ହେଉଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଛାତ୍ରଶକ୍ତିକୁ ରାଷ୍ଟ୍ରଶକ୍ତିର ରୂପ ଦେବା। ଆଜି ଏଠି ଆଗାମୀ ପୀଢ଼ିର ସଫଳ ନେତୃତ୍ବ ନେବାକୁ ସମସ୍ତେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ ସମସ୍ତେ କାର୍ଯ୍ୟ କରନ୍ତୁ।ସେ ଏଥିରେ ଉଦବୋଧନ ଦେଇ କହିଛନ୍ତି, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶାଖା ହେଉଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଛାତ୍ରଶକ୍ତିକୁ ରାଷ୍ଟ୍ରଶକ୍ତିର ରୂପ ଦେବା। ଆଜି ଏଠି ଆଗାମୀ ପୀଢ଼ିର ସଫଳ ନେତୃତ୍ବ ନେବାକୁ ସମସ୍ତେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ ସମସ୍ତେ କାର୍ଯ୍ୟ କରନ୍ତୁ। ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର କୋଣଅନୁକୋଣରୁ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ଅଧିବେଶନ ଉଦଘାଟିତ ହୋଇଛି। ଆଜି ଏହାର ମୁକ୍ତ ମଞ୍ଚ ଆଲୋଚନା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.