ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପରଲୋକ।ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ସୂଚନା ନେଇ  ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଜି ଗୁରୁବାର ( ୨୬ ଅକ୍ଟୋବର)ରେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ଥିଲା । ୯୨ ବର୍ଷିୟ ମନମୋହନ ସିଂହଙ୍କୁ ହସ୍ପିଟାଲରେ ଜରୁରିକାଳୀନ ବିଭାଗକୁ ନିଆଯାଇ ଥିଲା। ସୂଚନା ଅନୁସାରେ ,ସେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରୁଥିଲ । ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସ୍ୱାସ୍ଥ୍ୟ କାରଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ମନମୋହନ ସିଂହଙ୍କୁ ଦେଖିବାକୁ ପ୍ରିୟଙ୍କା ଗାନ୍ଧୀ ହସ୍ପିଟାଲରେ ପହଞ୍ଚିଛନ୍ତି । ଆଦି ସମୟ ପାଖାପାଖି ୮ଟାରେ ସିଆରପିଏଫ୍‌ର ଟିମ୍ ମନମୋହନ ସିଂହଙ୍କୁ ଏମ୍ସ ନେଇ ଆସିଥିଲେ। ଏମର୍ଜେନ୍ସିରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ଏମ୍ସରେ ତାଙ୍କର ଝିଅ ମଧ୍ୟ ଉପସ୍ଥିତ ଅଛନ୍ତି।  ଡଃ ମନମୋହନ ସିଂହଙ୍କ ୨୬ ସେପ୍ଚେମ୍ୱର ୧୯୩୨ରେ ଅବିଭାଜିତ ଭାରତର ପଞ୍ଜାବ ପ୍ରାନ୍ତରେ ଏକ ଗାଁରେ ଜନ୍ମ  ହୋଇଥିଲେ। ଏକ ସାଧାରଣ ପରିବାରରୁ ଆସିଥିବା ଡଃ ସିହଂହ ନିଜ ଜୀବନରେ ଶିକ୍ଷା , ଅର୍ଥ ଶାସ୍ତ୍ର ଓ ରାଜନୀତିରେ ଅସାଧାରଣ ଉପଲବ୍ଧି ହାସଲ କରିଛନ୍ତି। 

Leave A Reply

Your email address will not be published.