ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଓ ସେମାନଙ୍କ ସାମର୍ଥ୍ୟକୁ ଉଜାଗର କରୁଛି। ଭାରତର ଯୁବ ପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଓ ସବୁ କ୍ଷେତ୍ରରେ ସଫଳ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ରୋଜଗାର ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଦେଶକୁ ବିଶ୍ୱଗୁରୁ କରାଇବାକୁ ହେଲେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭର ଓ ସୁଦୃଢ଼ ହେବାକୁ ପଡ଼ିବ ବୋଲି କହିଥିଲେ। କେନ୍ଦ୍ର ସରକାର ରୋଜଗାର ମେଳା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଛନ୍ତି। ଆଗକୁ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ ୪୦୧ ଜଣଙ୍କୁ ସେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ସିଆରପିଏଫ୍‌ର ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଏସଆରଆଇସି, ଆଇଆଇଟିର ଡିନ୍‌ ପ୍ରଫେସର ଦିନାକର ପାସଲା, ଏସଏଲବିସିର ଜେନେରାଲ୍‌ ମ୍ୟାନେଜର୍‌ ଗୌତମ ପାତ୍ର, ଭାରତୀୟ ପୋଷ୍ଟ୍‌ର ଡିଡିଏମ(ଡାକ ବୀମା) ସତ୍ୟବାଦୀ ବିଶ୍ୱାଳ, ସିଆରପିଏଫ୍‌ ଡିଆଇଜି ଖାଜା ସାଜାନୁଦ୍ଦିନ, ପୁଖରାଜ ଜୟପାଲ, ଭାରତ ଭୂଷଣ ସେଠୀ, ଆଇଟିବିପି କମାଣ୍ଡାଣ୍ଟ ଶୈଳେଶ କୁମାର ଯୋଶୀ, ସିଆରପିଏଫ୍‌ର ସିଏମଓ କମାଣ୍ଡାଣ୍ଟ୍‌ ନୟନତାରା ମିଲି, ସିଆରପିଏଫ୍‌ ଡେପୁଟି କମାଣ୍ଡାଣ୍ଟ୍‌ ନଗେଶ କୁମାର, ସିଆଇଏସଏଫ୍‌ ଡେପୁଟି କମାଣ୍ଡାଣ୍ଟ୍‌ ଶ୍ରୀରାମ ତେଜସ୍ୱୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.