କେବେ ମିଳିବ ଶୁଦ୍ଧ ପାନୀୟ ଜଳ

:-ମେଗା ପାନୀୟ ଜଳ ପ୍ରକଳ୍ପରେ କେବେ ମିଳିବ ପାଣି  ?

:-ପାଣି ପାଈଁ ଆଉଟୁ ପାଉଟୁ ୨ଟି ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ 

:-ନେତା ଙ୍କ ପ୍ରତିଶ୍ରୁତି କେବେ ହେବ ପୂରଣ  ?

ଅସ୍ତରଙ୍ଗ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଲୁଣି ଓ ଖାରି ପାଣି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ।ଖରା ଦିନେ ଆସିଲେ ମାଇଲି ମାଇଲି ବାଟ ଚାଲିବାକୁ ପଡୁଛି। ନଚେତ କିଣା ପାଣି ଶୋଷ ମେଣ୍ଟାଉଛି। ଭୋକ ଯନ୍ତ୍ରଣା ଠୁ ବଳି ପଡୁଛି ଶୋଷ ଯନ୍ତ୍ରଣା। ଏଣୁ ଏହି ପାନୀୟ ଜଳ ସମସ୍ୟା କୁ ଆଖି ଆଗରେ ରଖି ପୂର୍ବ ସରକାର ଜଳ ଜୀବନ ମିଶନ (ଜେ ଜେ ଏମ୍ )ଯୋଜନାରେ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ ପାଈଁ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଦୁର୍ଭାଗ୍ୟ, ଅନୁଦାନ ମଞ୍ଜୁରୀକୁ ଦେଢ଼ ବର୍ଷ ବିତିଗଲାଣି, କିନ୍ତୁ ପ୍ରକଳ୍ପ କାମ ଆଗେଇ ପାରୁନି। ଇତି ମଧ୍ୟରେ ଜିଲ୍ଲାପାଳ ବହୁବାର ସମୀକ୍ଷା କରି ତୁରନ୍ତ ଜମିଜମା ସମସ୍ୟା ଦୂର କରି ପ୍ରକଳ୍ପ କାମ ଆଗେଇ ନେବାକୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ସମୀକ୍ଷା, ସମୀକ୍ଷା ବାଟରେ ଓ ଅଧିକାରୀ, ଅଧିକାରୀଙ୍କ ବାଟରେ। ଫଳ ସୁରୂପ ପାନୀୟ ଜଳ ସମସ୍ୟା କେବେ ଦୂର ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଭୂତଳ ଜଳ ଲୁଣିଆ ଓ ଖାରି। ଏଣୁ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ଏହି ଅଂଚଳରେ ମଧୁର ପାନୀୟ ଜଳ ଯୋଗାଣ ପାଈଁ ଯୋଜନା କରାଯାଇଛି। ପୁରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଜନ ପୁରୀ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପର ଦାୟିତ୍ୱ ମୁଣ୍ଡାଇଛି। ଏହି ପ୍ରକଳ୍ପ ଟେଣ୍ଡର ମୁମ୍ବାଇର ଠିକାସଂସ୍ଥା ଏମ୍ ଏସ ଦି ଇଣ୍ଡିଆନ ହ୍ୟୁମ ପାଇପି କୋ. ଲିମିଟେଡ଼ କୁ ଦିଆଯାଇଛି। ୨ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୫ଟି ରୂପାନ୍ତରଣରେ ଅନ୍ତଭୁକ୍ତ ରହିଛି। ନଦୀ ଜଳକୁ ବିଶୋଧନ କରି ପ୍ରତି ଗାଁ କୁ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ଏଥିପାଈଁ କାକଟପୁର ରେ ଗୋଟିଏ ବିଶୋଧନ ପ୍ରକଳ୍ପ କରିବାକୁ ଯୋଜନା କରାଯାଇଛି। ଯଦ୍ୱାରା ପୁରୀ ଜିଲ୍ଲା କାକଟପୁର ବ୍ଲକର ୧୦ଟି ପଂଚାୟତ ଅଧୀନ ୬୪ଟି ଗାଁର ୫୩ହଜାର ୯ଶହ ୮୨ଜଣ ଓ ଅସ୍ତରଙ୍ଗ ବ୍ଲକର ୧୧ଟି ପଂଚାୟତ ଅଧୀନ ୬୮ଟି ଗାଁର ୫୯ହଜାର ୭ଶହ ୭୨ଜଣ ଲୋକ ଉପକୃତ ହୋଇ ପାରିବେ।

ଇତି ମଧ୍ୟରେ କାକଟପୁର ବ୍ଲକର ପ୍ରକଳ୍ପ ଜାଗା ସମସ୍ୟାରେ ଅଟକିଛି। କାକଟପୁର ପ୍ରକଳ୍ପ ରୁ କାକଟପୁର, ଅସ୍ତରଙ୍ଗ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଜମି ମିଳୁନଥିବାରୁ ଏହି ପ୍ରକଳ୍ପ ଆଗେଇ ପାରୁନି। କାକଟପୁର ପ୍ରକଳ୍ପ ପାଈଁ ନିଆଳି ଠାରୁ ପାଣି ଆଣି ବିଶୋଧନ କରି ଯୋଗାଣର ଲକ୍ଷ୍ୟ ରଖାଯାଇଛି। କାକଟପୁର ପ୍ରକଳ୍ପ ପାଈଁ ଜାଗା ମିଳୁନଥିଲା। ଲତାହରଣ ଠାରେ ଜାଗା ମିଳିବା ପରେ ମାଟି ପରୀକ୍ଷା ଏହାର ଡିଜାଇନି ହୋଇ ପ୍ରକଳ୍ପ କାମ ଆରମ୍ଭ ହେବା କଥା। କିନ୍ତୁ ଏହି କାମରେ ବି ସେତେଟା ଅଗ୍ରଗତି ଦେଖିବାକୁ ମିଳିନି।

Leave A Reply

Your email address will not be published.