ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର

କଟକ,୧୬-୧୨-୨୦୨୪ (ପିପିଏସ) : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ସମ୍ମୁଖରେ ଧାରଣରେ ବସିରହିଲେ ୪୧ ନମ୍ବର ୱାର୍ଡ କର୍ପୋରେଟର ସ୍ଵର୍ଣପ୍ରଭା ପସାୟତଙ୍କ ସହ ପୁରାତନ ଛାତ୍ର। ପୂର୍ବତନ ଛାତ୍ର ଓ ସ୍ଥାନୀୟ ପିଲାଙ୍କୁ ବିଦ୍ୟାଳୟ ଖେଳ ପଡ଼ିଆ ମନା କରିବା, ବନ୍ଧୁ ମିଳନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ମନା କରିବା ପ୍ରତିବାଦରେ ଧାରଣା ବସିଥିଲେ କର୍ପୋରେଟର । ପୂର୍ବରୁ ଖେଳ ଓ ବନ୍ଧୁ ମିଳନ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ହଠାତ ଏସବୁ ବନ୍ଦ କରିବା ପଛରେ କଣ କାରଣ ରହିଛି ବୋଲି ପୁରାତନ ଛାତ୍ର ପ୍ରଶ୍ନ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ସେ କହିଛନ୍ତି କି ଖେଳ ଆୟୋଜନ ଓ ବନ୍ଧୁ ମିଳନ ପାଇଁ ଜିଲା ଶିକ୍ଷାଧିକାରୀଙ୍କ ଅନୁମତି ଆବଶ୍ୟକ । ଏଥିରେ ତାଙ୍କର କିଛି ଭୂମିକା ନାହିଁ ଏବଂ ତାଙ୍କୁ ଅଯଥାରେ ହଇରାଣ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.