ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ
ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ।
ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ସେହିପରି ୬ କୋଟି ଟଙ୍କାରେ ସାଇନ୍ସ ପାର୍କ ନିର୍ମିତ ହେବାକୁ ଯାଉଛି। ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାବାସୀ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜାଣିପାରିବେ । ଏଥିସହିତ ଛାତ୍ରଛାତ୍ରୀଙ୍କ ମହାକାଶ ବିଜ୍ଞାନ ଜ୍ଞାନ ବୃଦ୍ଧିରେ ପ୍ଲାନେଟାରିୟମ୍ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।
ରାଜ୍ୟରେ ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ହେବ। ଏହା ସହିତ ମ୍ୟାଥମେଟିକ୍ସ ବିଶ୍ଵବିଦ୍ୟାଳୟ ନିର୍ମାଣ ହେବ
ଏସମ୍ପର୍କରେ ସାଧାରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।