ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍
କଟକ,୦୯-୧୨-୨୦୨୪(ପିପିଏସ) : କଟକ ଏସସିବିରେ ବିଭିନ୍ନ ଏଜେନ୍ସିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୦ରୁ ୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେବା ଅଭିଯୋଗରେ ଏକ ନକଲି କନସଲଟାନ୍ସିର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଦୁଇ ଭାଇ ହରପ୍ରିତ୍ ମହାନ୍ତି ଓ ଅରଜିତ ମହାନ୍ତି। ପୁଲିସ ସେମାନଙ୍କଠାରୁ ୧୦ ହଜାର ଟଙ୍କା, ହାର୍ଡ ଡିସ୍କ, କାର, ସ୍କୁଟି ଓ କିଛି ନକଲି ଚାକିରି କାଗଜ ଜବତ କରିଛି। ଏ ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଚଳାଇଛି।