୫ ନକଲି ନକ୍ସଲ ଗିରଫ
ନକ୍ସଲ ନାମ କହି ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ତିନି ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇ ଯୁବକ ଗିରଫ ହୋଇଛନ୍ତି। ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଚିତ୍ରକୋଣ୍ଡା/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ନକ୍ସଲ ନାମ କହି ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ତିନି ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇ ଯୁବକ ଗିରଫ ହୋଇଛନ୍ତି। ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି। ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ବଡ଼ପଦର ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ ଜଗୁ ହ୍ୱନ୍ତାଳ ଓ ପଣସଗନ୍ଧି ଗ୍ରାମର ଏମ ନାରାୟଣ ଦୁହେଁ ମିଶି ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଦଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ସରକାରୀ ଠିକା କାର୍ଯ୍ୟ କରିଥିଲେ। କିନ୍ତୁ ବଡ଼ପଦର ପଞ୍ଚାୟତ ବର୍ତମାନର ନାୟବ ସରପଞ୍ଚ ଭକତରାମ ସୀସା ଦୁହିଁଙ୍କର କାମ ନିମ୍ନମାନର ଦର୍ଶାଇ ବ୍ଲକରେ ଅଭିଯୋଗ କରିଥିଲେ। ଏହି ଦୁଇ ଜଣଙ୍କୁ ଚିତ୍ରକୋଣ୍ଡା ଅଞ୍ଚଳର ହରିବନ୍ଧୁ ଗତନ ନାମକ ଜୈନିକ ବ୍ୟକ୍ତି ରଡ଼, ସିମେଣ୍ଟ, ଯୋଗାଇ ଦେଇଥିଲେ. ରଡ଼ ସିମେଣ୍ଟ ପଇସା ମାଗିବା ପାଇଁ ହରିବନ୍ଧୁ ଗତନ ବାରମ୍ବାର ସେ ଦୁହିଁଙ୍କୁ କହୁଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା।
ସେଇ ବଡ଼ପଦର ପଞ୍ଚାୟତ ବାଙ୍ଗୁରୁପଡ଼ା ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଲକିନାଥ ପାଙ୍ଗୀ ଓ ଅଭିଯୁକ୍ତ ମନ ପାଙ୍ଗିଙ୍କ ମଧ୍ୟରେ ପାଞ୍ଚ ଏକର ଜମିକୁ ନେଇ ବିବାଦ ରହିଥିଲା। ମନ ପାଙ୍ଗୀ, ଏମ ନାରାୟଣ ଓ ଜଗୁ ହ୍ୱନ୍ତାଳ ତିନିଜଣଙ୍କ ମଧ୍ୟରେ ସାଙ୍ଗ ସାଥି ଥିଲା। ବଡ଼ପଦର ପଞ୍ଚାୟତର ନାୟବ ସରପଞ୍ଚଙ୍କୁ ପାନେ ଦେବାପାଇଁ ଯୋଜନା କରି ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇଜଣଙ୍କୁ ଆଣି ନକ୍ସଲ ବେଶରେ ଜଗୁ ହ୍ୱନ୍ତାଳଙ୍କ ଘରେ ରଖିଥିଲେ ଓ ନକ୍ସଲ ହିଡ଼ିମା ଲେଖୁଥିବା ଭଳି ଏକ ଚିଠି ଲେଖି ନାୟବ ସରପଞ୍ଚ ଭକତରାମ ସୀସା ଓ ହରିବନ୍ଧୁ ଗତନକୁ ଜଗୁ ହ୍ୱନ୍ତାଳଙ୍କୁ ଡାକି ଥିଲେ ଓ ଶୀଘ୍ର ବିଲ ପାସ କରି ଦେବାକୁ ଧମକ ଦେବା ସହ ବିଲ ନ ମିଳିବା ପର୍ଯ୍ୟନ୍ତ ପଇସା ନ ମାଗିବାକୁ ବନ୍ଧୁକ ମୁନରେ ଧମକାଇ ଥିଲେ ନଚେତ ପ୍ରଜାକୋର୍ଟ ରେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ ଓ ପାଖରେ ଯାହା ଅଛି ଦେବାକୁ କହିଥିଲେ।
ବଡ଼ପଦର ପଞ୍ଚାୟତର ନାୟବ ସରପଞ୍ଚଙ୍କୁ ପାନେ ଦେବାପାଇଁ ଯୋଜନା କରି ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇଜଣଙ୍କୁ ଆଣି ନକ୍ସଲ ବେଶରେ ଜଗୁ ହ୍ୱନ୍ତାଳଙ୍କ ଘରେ ରଖିଥିଲେ ଓ ନକ୍ସଲ ହିଡ଼ିମା ଲେଖୁଥିବା ଭଳି ଏକ ଚିଠି ଲେଖି ନାୟବ ସରପଞ୍ଚ ଭକତରାମ ସୀସା ଓ ହରିବନ୍ଧୁ ଗତନକୁ ଜଗୁ ହ୍ୱନ୍ତାଳଙ୍କୁ ଡାକି ଥିଲେ ଓ ଶୀଘ୍ର ବିଲ ପାସ କରି ଦେବାକୁ ଧମକ ଦେବା ସହ ବିଲ ନ ମିଳିବା ପର୍ଯ୍ୟନ୍ତ ପଇସା ନ ମାଗିବାକୁ ବନ୍ଧୁକ ମୁନରେ ଧମକାଇ ଥିଲେ
ପନ୍ଦର ଦିନ ପରେ ପୁଣି ସେମାନେ ଏହି ଅଞ୍ଚଳକୁ ଆସିଲେ ଉଭୟଙ୍କୁ ପଚାଶ ହଜାର ଲେଖାଏଁ ସଂଗଠନକୁ ଦେବାକୁ କହିଥିଲେ। ଭିତରେ ନକ୍ସଲଙ୍କ ବେଶରେ ବସିଥିବା ଦୁଇଜଣଙ୍କ ଉପରେ ଭକତରାମ ସୀସାଙ୍କର ସନ୍ଦେହ ହୋଇଥିଲା। ଏ ନେଇ ଚିତ୍ରକୋଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରି ଥିଲେ। ପୁଲିସ ଏ ନେଇ ଅନୁସନ୍ଧାନ କରି ଏ ନକ୍ସଲଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଚିଠି, ତିନୋଟି ମୋବାଇଲ ଓ ନଗଦ ଚାରିଷ ଟଙ୍କା ଜବତ କରାଯାଇଥିବା ସହ ଆଜି କୋର୍ଟରେ ସେମାନଙ୍କୁ ହଜାର କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।