କଟକରେ ମଶାଙ୍କ ବ୍ୟାପକ ବଂଶବୃଦ୍ଧି ପାଇଁ ବିଜେପି ଯୁବ ମୋର୍ଚ୍ଚାର କମିଶନରଙ୍କୁ ସ୍ମାରକପତ୍ର

କଟକ,୦୪-୧୨-୨୦୨୪(ପିପିଏସ ) : କଟକ ସହରରେ ଏବେ ମଶାଙ୍କ ଉପଦ୍ରବ ଏତେ ମାତ୍ରରେ ବଢିଯାଇଛି ଯେ ଆପଣ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଶାଙ୍କ ଠାରୁ ନିସ୍ତାର ପାଇବେ ନାହଁ ଦିନ ଦ୍ବୀପହରେ ବିନା ମସାରୀ ଟାଙ୍ଗି ଲୋକେ ଘରେ ମଧ୍ୟ ସୋଇପାରୁନାହାନ୍ତି । ଆପଣ ରାଜ ରାସ୍ତାରେ ସନ୍ଧ୍ୟା ବେଳେ କୌଣସି ସ୍ଥାନରେ ଠିଆ ହୋଇ କଥା ମଧ୍ୟ ହୋଇପାରିବେ ନାହିଁ କାରଣ କଥା ହେବା ସମୟରେ ମଶା ପାଟିରେ ପସିଯାଉଛନ୍ତି। କଟକର ପ୍ରତ୍ୟକ ଡ୍ରେନରୁ ଠିକ ସମୟରେ ପଙ୍କ ଉଦ୍ଧାର କରାଯାଇନଥିବାରୁ ମଶାଙ୍କ ବଂଶବୃଦ୍ଧି ହେବାର ଏହା ହେଉଛି ମୁଖ୍ୟ କାରଣ। ଆଜି ଏହି ପ୍ରସଙ୍ଗରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ତଥା କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ଏକ ଯୁବ ପ୍ରତିନିଧି ଦଳ କମିଶନର ଅନାମ ଚରଣ ପାତ୍ରଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ ଏବଂ କଟକ ମହାନଗର ନିଗମ ଆନୁକୂଲ୍ୟରେ ମଶା ତେଲ ମଶା ଧୂଆଁକୁ ଦିନକୁ ଦୁଇ ଥର ସହରରେ ପକାଇବା ସହିତ ସମସ୍ତ ଡ୍ରେନର ସ୍ଲାବ ଉଠାଇ ସମ୍ପୂର୍ଣ୍ଣ ସଫେଇ ନିମନ୍ତେ ଆଲୋଚନା କରିଥିଲେ। ଏହି ସମୟରେ ବିଜେପି ଯୁବ ନେତା ଆଇନଜୀବୀ ଶୁଭେନ୍ଦୁ ମହାନ୍ତି, ଯୁବ ନେତା ଜ୍ୟୋତିପ୍ରକାଶ ରାୟ, ସମାଜସେବୀ ଶରତ ସାମଲ, ସଞ୍ଜୟ ଦାସ, ବିଜୟାନନ୍ଦ ବାରିକ, କେଶବ କୁଣ୍ଡୁ, ରାମ ଛାପୋଲିଆ, ସୁଶାନ୍ତ ମହାରଣା, ତପନ ବେହେରା, ରାଜେଶ ମହାରଣା, ଯତୀନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। 

Leave A Reply

Your email address will not be published.