ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି
ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) : ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି କୁହାଯାଇଛି।ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏକ ଧମକପୂର୍ଣ୍ଣ ମେଲ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ପଠାଇଥିଲା। ଯେଉଁଥିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିଲା।ଗତ ରବିବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ କରିବାକୁ ଇ-ମେଲ୍ରେ ଅଡିଓ ମେସେଜ କରି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଚେତାବନୀ ଦେଇଥିଲା। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେବାସହ ଭିଡିଓ ଜାରି କରି ଭୁବନେଶ୍ୱରକୁ ‘ସିଟି ଅଫ୍ ଟେରର’କରିବାକୁ ଧମକ ଦେଇଥିଲା। ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଏନେଇ ଗୁଗୁଲକୁ ଚିଠି ଲେଖି କ୍ରାଇମବ୍ରାଞ୍ଚ ଏସଟିଏଫ ତଥ୍ୟ ମାଗିଛନ୍ତି ।