ରୋଷେୟା ନିଯୁକ୍ତିରେ ଅନିୟମିତତା।
ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ।
୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ ।
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪ ଦିନ ହେଲା ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସି। ଅଙ୍ଗୱାଡି କେନ୍ଦ୍ର ବନ୍ଦ୍ ଥିବାରୁ ଶିଶୁମାନେ ଗଛମୂଳେ ପଢୁଛନ୍ତି ପାଠ । ରନ୍ଧା ଖାଦ୍ୟ ବଦଳରେ ବିସ୍କୁଟ ଖାଉଛନ୍ତି । ବ୍ଳକ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସୁପରଭାଇଜର ଚାକିରି ଦେବା ନାଁରେ ଲାଞ୍ଚ ନେଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ସରପଞ୍ଚ ଜଳନ୍ଧର ନାୟକ ଏବଂ ଗାଁ ଲୋକ କହିଛନ୍ତି ପଦରସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ୬୨ ଜଣ ଶିଶୁଙ୍କୁ ପ୍ରାକ ଶିକ୍ଷା ଦିଆଯାଉଛି । କିଛିଦିନ ହେବ ରୋଷେୟା ନିଯୁକ୍ତି କୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ପୂର୍ବରୁ ଜଣେ ମହିଳା ରୋଷେୟା ଭାବେ କାମ କରୁଥିଲେ। ତାଙ୍କୁ ୪ ବର୍ଷର ଦରମା ମିଳିନି। ସେ ଅସୁସ୍ଥ ହୋଇ ପଡିବାରୁ ୫ ମାସ ହେବ ତାଙ୍କ ବୋହୂ ନିର୍ମଳା ରୋଷେଇ ଦାୟିତ୍ଵ ତୁଲାଉଛନ୍ତି।
ନିର୍ମଳାଙ୍କ ଶିକ୍ଷାଗତ ଯୋଗ୍ୟତା ଥିବାରୁ ସୁପରଭାଇଜର ଚାରୁଲତା ଦାସ ଚାକିରି କରାଇଦେବେ କହି ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ସେ ନେଇ ନିର୍ମଳା ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ନିର୍ମଳାଙ୍କୁ ଅଣଦେଖା କରି ଅନ୍ୟ ଜଣେ ମହିଳାଙ୍କ ଠାରୁ ବିଭାଗୀୟ ଅଧିକାରୀ ମୋଟା ଅଙ୍କର ଲାଞ୍ଚ ନେଇ ନିଯୁକ୍ତି ଦେଇଛନ୍ତି ।
ଗାଁଲୋକ ମାନେ ସରପଞ୍ଚ , ବିଡ଼ିଓ ଏବଂ ସିଡିପିଓଙ୍କୁ ଭେଟିଥିଲେ । ନିର୍ମଳା ଙ୍କ ନିଯୁକ୍ତି ଲାଗି ଦାବି କରିଥିଲେ । ସେମାନଙ୍କ ଦାବିକୁ କେହି ଗୁରୁତ୍ବ ଦେଉନଥିବାରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି। ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବେନି ଏବଂ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିବେ ବୋଲି କହିଛନ୍ତି ଗ୍ରାମବାସି । ଏ ସମ୍ପର୍କରେ ଆମେ ସିଡିପିଓ ମିନତି ବେହେରାଙ୍କୁ ଯୋଗାଯୋଗ କରିଥିଲୁ । ସେ ଏହି ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଲାଞ୍ଚ ନେବା ଅଭିଯୋଗକୁ ମିଛ ବୋଲି କହି ଖଣ୍ଡନ କରିଛନ୍ତି ସୁପରଭାଇଜର ଚାରୁଲତା। ଏଠାରେ ପ୍ରଶ୍ନ ଉଠୁଛି ୪ ଦିନ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପଡିଥିଲେ ମଧ୍ୟ ସିଡିପିଓ କିଭଳି ଜାଣି ପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମଲୋକେ ଦାବି କରିଛନ୍ତି।