କଲେଜ ରେ ତାଲା ପକାଇଲେ ଠିକାଦାର  !

ଜଗତସିଂହପୁର ୩୦-୧୧-୨୦୨୪ (ପିପିଏସ ) : ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜଗତ ସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଥିବା ଚର୍ଚ୍ଚା ଜୋର ଧରିଛି।ଘଟଣାରୁ ଜଣା ପଡ଼ିଛି ଯେ କଜେଜରେ କ୍ରୀଡା ନିମନ୍ତେ ଉଦ୍ଦିଷ୍ଟ ଘର ର ନବୀକରଣ କରିଥିବା ଜନୈକ ଠିକାଦାର ତାର ପ୍ରାପ୍ୟ ନପାଇବାରୁ ସେ ଘରଟି କୁ ତାଲା ପକାଇଲେ।ଆଜି ପିଲାମାନେ ଆନ୍ତ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ଅଭ୍ୟାସ କରିବାକୁ ଯାଇ ଦେଖିଲେ ଯେ ଘରଟି ତାଲା ପଡ଼ିଛି।ସେମାନେ ଜାଣିବାକୁ ପାଇଲେ ଠିକାଦାର ପଇସା ନପାଇବାରୁ ତାଲା ପକାଇଛନ୍ତି। ଏଥିରେ ଉତ୍ୟକ୍ତହୋଇ ପିଲାମାନେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ ।ଆହୁରି ଆଶ୍ଚର୍ଯ୍ୟ ର କଥା ଯେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଖେଳ ପ୍ରତିଯୋଗିତା ରେ ଭାଗ ନେବାକୁ ଶେଷ ସମୟ ତା ୨୫ ରୀଖରେ ନୋଟିସ ମାରି ଦସ୍ତଖତ ରେ ୨୬ ତାରିଖ ପକାଇ ଥିଲେ,ଯାହାପାଇଁ ପିଲାମାନେ ଖେଳରୁ ବଞ୍ଚିତ ହୋଇଥିଲେ। ଏ ସମସ୍ତ କଥା ସତ୍ତ୍ୱେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ହସ୍ତକ୍ଷେପ କରି ,ବୁଝାସୁଝା କଲାପରେ ତାଲା ଖୋଲାଯାଇ ଥିଲା ,କିନ୍ତୁ ଆସନ୍ତା ସୋମବାର ଦିନ ପୁଣି ତାଲା ପଡ଼ିବବୋଲି ଶୁଣାଯାଉଛି। ଏକଦା ଏସ ଭି ଏମ କଲେଜ ଓଡ଼ିଶାରେ ନିଜର ଗରୀମାମୟ ଯଶ ପାଇଁ ଏକ ଅନନ୍ୟ ସମ୍ମାନ ଅର୍ଜନ କରିଥିଲା ,କିନ୍ତୁ   କେତେକ ନ୍ୟସ୍ତ ସ୍ବାର୍ଥ କର୍ମଚାରୀ ଓ ପରିଚାଳନା ଦାୟିତ୍ୱରେ ଥିବା ଅଳ୍ପ କେତେ ଜଣଙ୍କ ପାଇଁ କଲେଜ ଆଜି ଶ୍ରୀହୀନ।ଏହା ଏକ ଲଜ୍ଜ୍ୟା ଜନକ ପରିସ୍ଥିତି ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.