ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ: ମନ୍ତ୍ରୀ
ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭିନ୍ନ ସ୍ଥାନରେ ମିଲରମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଜାହିର କରିବା ସହ ମିଲରମାନଙ୍କୁ ଚେତାବନୀ ଦେଇ ଏହା କହିଛନ୍ତି ସେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି ଯେ କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡିରୁ ମିଲର୍ ଧାର୍ଯ୍ୟ ଦରରେ ଧାନ କିଣିବେ। ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ। ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲକୁ ସିଲ୍ କରି ଦିଆଯିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହି ମିଲକୁ କଳା ତାଲିକାଭୁକ୍ତ କରାଯିବ, ସେ ଆଉ ବେପାର କରି ପାରିବ ନାହିଁ ।ସରକାର ପରିବର୍ତ୍ତନ ସହିତ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ଦୁର୍ନୀତିକୁ ସହିବନି ଏଇ ସରକାର। ଏହା ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ, ମୋହନ ମାଝୀଙ୍କ ସରକାର। ଏଠି ଦୁର୍ନୀତି ଭ୍ରଷ୍ଟାଚାର ପ୍ରତି ଶୂନ୍ୟ ସହନଶୀଳତା। ଯିଏ ବି ହେଉ କାର୍ଯ୍ୟାନୁଷ୍ଠାନ ହେବ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି, ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି। ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡ଼ା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନେ ଧାନ ବିକିବା ପାଇଁ ତରତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲମାନେ ନେଉଛନ୍ତି। ତେଣୁ ଚାଷୀମାନଙ୍କୁ ନିବେଦନ କରୁଛି ଟୋକନ ଯେଉଁ ସମୟରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ। ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ। ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ , ଏଥିସହ ସେ କହିଛନ୍ତି ଏବେ ବି ଅଭାବୀ ବିକ୍ରି ହେଉଛି। ଧାନ କିଣାଯିବା ଯାଏ ସେମାନେ ଅପେକ୍ଷା କରି ରହି ପାରୁନାହାନ୍ତି। ମିଡିଲ ମ୍ୟାନ ତାଙ୍କ ପାଖେ ପହଞ୍ଚି ଯାଉଛନ୍ତି । ପୂର୍ବରୁ ଏହି ଯୋଗାଣ ବିଭାଗରେ ବହୁତ୍ କେଳାଙ୍କାରି ଚାଲୁଥିଲା, ହେଲେ ଏ ସରକାରରେ ଚାଲିବ ନାହିଁ। ସରକାର ପରିବର୍ତ୍ତନ ସହିତ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ଦୁର୍ନୀତିକୁ ସହିବନି ଏଇ ସରକାର। ଏହା ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ, ମୋହନ ମାଝୀଙ୍କ ସରକାର। ଏଠି ଦୁର୍ନୀତି ଭ୍ରଷ୍ଟାଚାର ପ୍ରତି ଶୂନ୍ୟ ସହନଶୀଳତା। ଯିଏ ବି ହେଉ କାର୍ଯ୍ୟାନୁଷ୍ଠାନ ହେବ । ମିଲ ମାଲିକ ହେଉ କି ଅଧିକାରୀ । ସରକାର ସ୍ପଷ୍ଟ କରିଛନ୍ତି, ଏ ସରକାର କୃଷକଙ୍କ ପାଇଁ ଆସିଛି। କୃଷକଙ୍କ ଲାଗି ସରକାର ପ୍ରତି ମଣ୍ଡିରେ ସର୍ବନିମ୍ନ ବ୍ୟବସ୍ଥା କରାଯିବ। ଆବଶ୍ୟକ ପଡ଼ିଲେ ଚାଷୀଙ୍କୁ ରୋଷେଇ କରି ଖାଇବାକୁ ଦିଆଯିବ। ଯୁଗ ପରିବର୍ତ୍ତନ ସହ ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ ହେଇଛି।ଏଠି ବଡ଼ ବଡ଼ ଅଧିକାରୀ ଭ୍ରାଷ୍ଟଚରରେ ଲିପ୍ତ ଅଛନ୍ତି। ଅନେକ ମିଲର୍ ମଧ୍ୟ ଦୁର୍ନୀତିରେ ସାମିଲ । ଯୋଗାଣ ସମିତିର କର୍ମଚାରୀଙ୍କୁ ଆହ୍ବାନ ଦେଇ ମନ୍ତ୍ରୀ କହିଛନ୍ତି, ମୁଁ ଜିଲ୍ଲା ବୁଲିଲା ବେଳେ ଦେଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ପ୍ରତ୍ୟେକ ସଦସ୍ୟ ମଣ୍ଡିର ଦାୟିତ୍ବ ନିଅନ୍ତୁ। ଯାହା ଦ୍ଵାରା କେହି ଜଣେ ବି ମିଡିଲ ମ୍ୟାନ ସଫଳ ହେବନି ଘୋଟାଲା କରିବାକୁ। ୨୦ ତାରିଖରେ ଧନକିଣା ପୂର୍ବରୁ ୧୯ ତାରିଖ ଦିନ ଗୋଟେ ସ୍ଥାନରେ ଧାନକିଣା ହୋଇଥିବା ଖବର ପାଇଲି । ୧୭୦୦ ଟଙ୍କାରେ କିଣା ହୋଇଥିଲା , ସଙ୍ଗେ ସଙ୍ଗେ ତାକୁ ସିଲ କରାଗଲା।