ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ !

୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି।

ମାଲକାନଗିରି/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଆଉ ୧୨ ବର୍ଷ ପରେ ଓଡ଼ିଶା ଶତବାର୍ଷିକୀ ପାଳନ କରିବ। ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ  ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି। ଅନେକ ଗ୍ରାମକୁ ଆଜି ବି ରାସ୍ତା ନାହିଁ। ଯେଉଁଠି ରାସ୍ତା ଅଛି, ସେହି ରାସ୍ତାରେ ନାଳ ଥିଲେ, ବ୍ରିଜ ନାହିଁ। ଲୋକେ ବର୍ଷ ବର୍ଷ ଧରି ଏଭଳି ଦୟନୀୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି।

ମାଲକାନଗିରି ଜିଲ୍ଲାବାସୀଙ୍କର ବିକାଶ ପାଇଁ ସତେ ଅବା ରାଜ୍ୟ ସରକାର କିମ୍ବା ପ୍ରଶାସନର ନିଘା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର କୁର୍ଶାନପାଲୀ ଠାରୁ ଘର୍ଷାପାଲୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଚକାଚକ ହୋଇଛି। ଏହି ରାସ୍ତାରେ ପଡୁଥିବା ଏକ ନାଳରେ ବ୍ରିଜ କାହିଁ କେଉଁ ଦିନରୁ ଭାଙ୍ଗି ଯାଇଛି। ଏଠାରେ ପୋଲ ନିର୍ମାଣ ପାଇଁ ନେତା ଅବା ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ନିର୍ବାଚନ ସମୟରେ ନା ନେତା ମନ୍ତ୍ରୀ-ନେତାଙ୍କର ପାଦ ପଡୁଛି। ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳୁଛି।

ବାରମ୍ବାର ଦୁଇ ଗ୍ରାମର ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି କୌଣସି ସୁଫଳ ମିଳୁନାହିଁ। ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ବର୍ଷା ଦିନେ ନାଳରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ନାଳ ପାର ହୋଇପାରୁନାହାଁନ୍ତି। ବିଦ୍ୟୁତ ଖୁଣ୍ଟ କେତେବେଳ ଧକ୍କା ଦେବ କେହି କହିପାରିବେ ନାହିଁ ବୋଲି କୁହାଯାଇଛି। ତୁରନ୍ତ ଏହି ନାଳ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି ଉଠିଛି।

Leave A Reply

Your email address will not be published.