ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳିତ

କଟକ,୨୧-୧୧-୨୦୨୪ (ପିପିଏସ) : ହରେକୃଷ୍ଣ ମହବାତ ଫାଉଣ୍ଡେସନ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ପ୍ରଜାତନ୍ତ୍ର ପରିସରରେ ପାଳିତ ହୋଇଯାଇଛି। ଜଷ୍ଟିସ୍ ମନୋଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ହରିଚନ୍ଦନ ନିଜ ଅଭିଭାଷଣରେ ଓଡ଼ିଶାରେ ପୂଜ୍ୟପୂଜାକୁ ସମ୍ମାନକୁ ବିଶ୍ୱାସ କରି ରାଜ୍ୟର ଯୋଗଜନ୍ମା ବରପୁତ୍ର ଡକ୍ଟର ହରେକୃଷ୍ଣ ମହତାବଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ପରିଚିତ କରାଇବା ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ ହେବା ଉଚିତ୍‌। ସଂଗ୍ରାମ ପାଇଁ ଯିଏ ଜୀବନ ଅତିବାହିତ କରୁଥିବା ବା ସଂଗ୍ରାମ ପାଇଁ ପରିଯୋଜନା କରୁଥିବା ମଣିଷ ଥିଲେ ଡକ୍ଟର ମହତାବ। ବ୍ରିଟିଶ୍ ଶାସନ ବିରୋଧରେ ୧୮୫୭ରେ ସିପାହୀ ବିଦ୍ରୋହ ଓ ୧୮୧୭ ପାଇକ ବିଦ୍ରୋହ ହୋଇଥିବାବେଳେ ସଂଗ୍ରାମ ଭିତରୁ ଜଣେ ସଂଗ୍ରାମୀ ଭାବେ ଜନ୍ମ ନେଇଥିଲେ ଡକ୍ଟର ହରେକୃଷ୍ଣ ମହତାବ। ଛାତ୍ର ରାଜନୀତି ତଥା ଆନ୍ଦୋଳନର ପ୍ରତିଟି ଇତିହାସରେ ଡକ୍ଟର ମହତାବଙ୍କ ଅବଦାନ ରହିଛି। ସେତେବେଳେ ଓଡ଼ିଶାର ଛାତ୍ର ଆନ୍ଦୋଳନ ହେଉ ବା ପ୍ରତିଟି ଆନ୍ଦୋଳନକୁ ଗାଁ ମଜଲିସ୍‌ରେ ଉକ୍ଟର ମହତାବ ପ୍ରକାଶିତ କରିବା ପରେ ଏହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହେଉଥିଲା। ଓଡ଼ିଶା ରାଜନୀତିକୁ ହରେକୃଷ୍ଣ ମହତାବଙ୍କ ପ୍ରମୁଖ ୩ଟି ପ୍ରମୁଖ ଦାନ ରହିଛି। ପ୍ରଥମଟି ଓଡ଼ିଶା ପ୍ରଦେଶର ଯଥାର୍ଥ ମାନଚିତ୍ର ଦେଖାଇବା, ଦ୍ୱିତୀୟଟି ଓଡ଼ିଶାରେ ଗଭର୍ଣ୍ଣାସର ଭିତ୍ତିଭୂମି ତିଆରି କରିବା, ତୃତୀୟଟି ଓଡ଼ିଶାର ବିକାଶ ମଡ଼େଲ ପ୍ରସ୍ତୁତି କରିବାରେ ଡକ୍ଟର ମହତାବ ଥିଲେ ଅଗ୍ରଣୀ ନେତୃତ୍ୱ। ଗଡ଼ଜାତ ସ୍ଥାନମାନଙ୍କରେ ଭାଷା ଆନ୍ଦୋଳନ,ସଂସ୍କାର ଓ ଚଳନିରେ ଏକ ମିଶ୍ରିତ ସଭ୍ୟତା ଥିଲା। ତେବେ ଗଡ଼ଜାତ ଆନ୍ଦୋଳନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ରାସ୍ତା ତଥା ନୂଆ ମାନଚିତ୍ର ଦେଖାଇବା ସହ ମାର୍ଗଦର୍ଶକ ସାଜିଥିଲେ ଡକ୍ଟର ମହତାବ । ଶାସନତନ୍ତ୍ର,ଶାସକୀୟ ବ୍ୟବସ୍ଥା କ’ଣ ହେବ ସେ ବିଷୟରେ ଡକ୍ଟର ମହତାବ ଶିଖାଇବା ସହ ଏହି ବ୍ୟବସ୍ଥାଗୁଡ଼ିକର ମୂଳଦୁଆ ପକାଇଥିଲେ। ନିଜର ବୁଦ୍ଧି ଓ ବିଚକ୍ଷଣତା ପାଇଁ ଓଡ଼ିଶା ପ୍ରଦେଶର ବିକାଶ କଥା ଚିନ୍ତା କରୁଥିବା ଡକ୍ଟର ମହତାବ ସର୍ବଭାରତୀୟସ୍ତରରେ ନିଜର ବଳିଷ୍ଠ ଭୂମିକା ପ୍ରତିପାଦନ କରୁଥିଲେ। ଓଡ଼ିଆ ଯୁବକର କର୍ମନିଯୁକ୍ତି ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସୁନାବେଡ଼ା ମିଗ୍ ବିମାନ କାରଖାନା ଆଦି ନିର୍ମାଣ କରି ଓଡ଼ିଶାବାସୀଙ୍କ ଜନମାନସରେ ଚିର ସ୍ମରଣୀୟ ହୋଇରହିଛନ୍ତି। ଓଡ଼ିଶାର ଅସ୍ମିତା,ସଂସ୍କୃତି ଓ ସାହିତ୍ୟକୁ ବଞ୍ଚାଇ ରଖିବା ହେଉ ବା ଓଡ଼ିଶାର ପ୍ରଦେଶର ସ୍ୱର୍ଣ୍ଣିମ ରେଖା ତିଆରି କରିବାରେ ଡକ୍ଟର ମହତାବଙ୍କ ବଳିଷ୍ଠ ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଜଣେ ଯୋଗଜନ୍ମା, ଦିଗ୍‌ଗଜ ବ୍ୟକ୍ତିତ୍ୱ ଭାବେ ଓଡ଼ିଶାର ବିକାଶ ପାଇଁ ସ୍ୱପ୍ନ ଦେଖିଥିଲେ ଡକ୍ଟର ମହତାବ। ତେବେ ଓଡ଼ିଶାର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ତଥା ଯୁବପିଢ଼ି ଆଗେଇ ଆସିଲେ ଏହା ହିଁ ନବଉତ୍କଳର ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟଅତିଥି ମନ୍ତ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ପ୍ରଜାତନ୍ତ୍ରର ବାର୍ତ୍ତା ସଂପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ସ୍ୱାଗତ ଭାଷଣରେ ଡକ୍ଟର ମହତାବ ବିନା ଓଡ଼ିଶାର ବିକାଶ କଥା ଚିନ୍ତା କରାଯାଇନପାରେ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ଅତିଥିମାନେ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ। ଶେଷରେ ସନ୍ତୋଷ ପତି ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.