କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ: ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ

ଧର୍ମଗଡ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ୨୦୨୪-୨୫ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଚାଷୀମାନେ ଗର୍ଜିଛନ୍ତି। ଚାଷୀମାନେ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। 

ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଗ ପକ୍ଷରୁ ଜଳସେଚନ ବନ୍ଦ ନେଇ ଚାଷୀଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ପୁନଃ ବିଚାର କରି କେନାଲ ପାଣି ଛାଡିବାକୁ ବିଭିନ୍ନ ସମୟରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଧର୍ମଗଡ଼ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ। ହେଲେ କେନାଲ ଡିଭିଜନ ଚାଷୀଙ୍କ ଅଭିଯୋଗ ଶୁଣିବା ବଦଳରେ ନିଜ ଜିଦରେ ଅଟଳ ରହିଥିଲା, ଯାହା ଚାଷୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଁ  ଆନ୍ଦୋଳନର ରୂପ ନେଇଥିଲା।

ଆଜି ସକାଳ ୧୦ଟାରୁ ଧର୍ମଗଡ଼ ଚାରିଛକ ଠାରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନ ଫଳରେ ଗାଡ଼ି ମଟର ଲମ୍ବା ଲାଇନରେ ମୁଖ୍ୟରାସ୍ତାରେ ଅଟକି ରହିଥିଲା। ଆନ୍ଦୋଳନ କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

publive-image

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ଚଳିତ ବର୍ଷ ଅପେକ୍ଷା ବିଗତ ବର୍ଷ ଠାରୁ କମ ପାଣିରହିଥିବା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉପର ଇନ୍ଦ୍ରାବତୀ ବାମ କେନାଲଙ୍କ ଠାରୁ ସୂଚନା ପାଇବା ପରେ ରବି ଚାଷ ପାଇଁ ଜଳସେଚନରେ ସମସ୍ୟା ହେବା ଆଶଙ୍କା ନେଇ ଧର୍ମଗଡ଼ ବ୍ଲକର ଅନେକ ଚାଷୀ ଚିନ୍ତାରେ ରହିଛନ୍ତି। ଜଳସେଚନ ବ୍ୟବସ୍ଥା ବନ୍ଦ କରିବା ବିଭାଗର ଚାଲ ଥିବା ଚାଷୀ ଅଭିଯୋଗ ଉଠାଇଛନ୍ତି।

ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ଓ ଆଜି ଚାଷୀ ଓ କେନାଲ ଡିଭିଜନ ଅଧିକାରୀଙ୍କ ସହ ଏକ ବୈଠକ ଡାକି ତାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିଲେ। ଆନ୍ଦୋଳନରେ କୃଷକ ସଂଗଠନ ଧର୍ମଗଡ଼ର ସଭାପତି ଡମ୍ବରୁଧର ଲହଜଳ, ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ଡାକେଶ୍ୱର ଲହଜଳ, ସନ୍ତୋଷ ପାଢ଼ୀ, ରତନ ନାଏକ, ଟିକମନ ଯାଦବ, ପ୍ରଣବ ଭଇଁସାଲ ସମେତ ଧର୍ମଗଡ଼ ଆଞ୍ଚଳିକ କୃଷକ ସଙ୍ଘର ଶହଶହ ଚାଷୀ ସାମିଲ ହୋଇଥିଲେ।

Leave A Reply

Your email address will not be published.