ଟ୍ରମ୍ପଙ୍କ ବିଜୟ ପରେ କମିଚାଲିଛି ସୁନା, ଦୁଇଦିନରେ କମିଲା ୨୧୦୦ ଟଙ୍କା
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଡଲାର ମଝବୁତ ହେବା କାରଣରୁ ସୁନା ଉପରେ ନିବେଶକଙ୍କ ଫୋକସ କମିବା ଆଶଙ୍କା ମଧ୍ୟରେ ଦର କମୁଛି ।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସ ସୁନା ପ୍ରେମୀ ଏବଂ ନିବେଶକଙ୍କ ପାଇଁ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ତାହା ହେଉଛି ସୁନା ଆହୁରି ହ୍ରାସ ପାଇବ କି? ଗୁରୁବାର ଭାରତୀୟ କମୋଡିଟି ବଜାରରେ ସୁନା ଦର ୦.୩୭% ହ୍ରାସ ପାଇ ୭୬,୩୬୯ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ଦିନ ମଧ୍ୟରେ ସୁନା ମୂଲ୍ୟରେ ୨,୧୦୦ ଟଙ୍କାର ହ୍ରାସ ଘଟିଛି । ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୭୦,୬୦୧ ଟଙ୍କାକୁ ଖସି ଆସିଛି । ଗତକାଲିଠାରୁ ରୁପା କିଲୋଗ୍ରାମ ପିଛା ୪୦୫୦ ଟଙ୍କା ହ୍ରାସ ପାଇଛି । ଟ୍ରମ୍ପଙ୍କ ବିଜୟ କାରଣରୁ ଆମେରିକୀୟ ଡଲାର ର ଶକ୍ତି ଯୋଗୁଁ ଏହି ହ୍ରାସ ଘଟିଛି । ସେହିପରି ଭାରତୀୟ ବୁଲିୟନ ଓ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଜାରି ଦର ଅନୁସାରେ ଗୁରୁବାର ଖୁଚୁରା ବଜାରରେ ୨୪ କ୍ୟାରେଟ ସୁନାଦର ୭୬୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୭୪୯୪୦ ଟଙ୍କା ରହିଛି । ରୁପା ଦର ୯୦୩୬୯ ଟଙ୍କା ରହିଛି ।ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ଡଲାର ମଜବୁତ ହୋଇଛି। ଡଲାର ମଜବୁତ ହେଲେ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇବାରେ ଲାଗିଥାଏ । ଏହା ହେଉଛି ଏକ ସାଧାରଣ ବଜାରର ନିୟମ । କାରଣ ନିବେଶକମାନେ ଡଲାରରେ ଅଧିକ ନିବେଶ କରନ୍ତି ।
ଟ୍ରମ୍ପଙ୍କ ବିଜୟ ପରେ ସୁଦୃଢ ହୋଇଛି ଡଲାର
ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ଡଲାର ମଜବୁତ ହୋଇଛି। ଡଲାର ମଜବୁତ ହେଲେ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇବାରେ ଲାଗିଥାଏ । ଏହା ହେଉଛି ଏକ ସାଧାରଣ ବଜାରର ନିୟମ । ଟ୍ରମ୍ପଙ୍କ ବିଜୟ ଆମେରିକା ଅର୍ଥନୀତିକୁ ନେଇ ଆଶା ବଢାଇଛି, ନିବେଶକମାନଙ୍କୁ ଡଲାରରେ ନିବେଶ କରିବାକୁ ଆକୃଷ୍ଟ କରିଛି ଏବଂ ସୁନା ଦର ଉପରେ ଚାପ ପକାଇଛି ।