ପ୍ରଜାତନ୍ତ୍ରର ପ୍ରଭାବ, ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ମଧ୍ୟାହ୍ନଭୋଜନ କେଳେଙ୍କାରୀ, ତଦନ୍ତ କଲେ ଦୁଇ ଅଧିକାରୀ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ

ଗୋପ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଗୋପ ବ୍ଲକ ଷୋଳପୁର ଚର୍ଚ୍ଚିକା ସରକାରୀ ନୋଡାଲ ବିଦ୍ୟାଳୟର ମଧ୍ୟାହ୍ନ୍ନ ଭୋଜନ କେଳେଙ୍କାରୀ ସମ୍ପର୍କିତ ଖବର ଗତକାଲି ପ୍ରକାଶ ପାଇବା ପରେ ଆଜି ଦୁଇ ଅଧିକାରୀ ବିଦ୍ୟାଳୟରେ ପହଁଚି  ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଏବିଇଓ ବେଣୁଧର ମଲ୍ଲିକ ଓ ମଧ୍ୟାହ୍ନ ଭୋଜନ ଦାଇତ୍ୱରେ ଥିବା ଅଧିକାରୀ ଅଶୋକ ବେହେରା ଉକ୍ତ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ଏ ସମ୍ପର୍କିତ  ଘଟଣାକୁ ନେଇ ତଦନ୍ତକାରି ଅଧିକାରୀ ଦ୍ବୟ କହିଛନ୍ତି ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଆମ୍ଭେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଦିଗକୁ ଯାଞ୍ଚ କରିଛୁ ସମସ୍ତ ତଦନ୍ତ ରିପୋର୍ଟ ବ୍ଲକ ଶିକ୍ଷଧିକାରୀଙ୍କୁ ଆସନ୍ତା କାଲି ପ୍ରଦାନ କରିବୁ। ଅନ୍ୟପକ୍ଷରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମାଙ୍କୁ ପଚାରିବାରେ ସେ କହିଛନ୍ତି ଆମର ଦୁଇ ଜଣ ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି, ତଦନ୍ତ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ଗୋପ ବ୍ଲକ ଶିକ୍ଷା ବିଭାଗରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ଅନେକ ସମୟରେ ଦେଖିବାକୁ ମିଳିଥିବା ବେଳେ ମାତ୍ର ଷୋଳପୁର  ଚର୍ଚ୍ଚିକା ସରକାରୀ ବିଦ୍ୟାଳୟରେ କରଯାଇଥିବା ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ମଧ୍ୟାହ୍ନ ଭୋଜନ ଖାଉଛନ୍ତି ୪୦ ରୁ ୪୫ ପିଲା କିନ୍ତୁ ଉପସ୍ଥାନରେ ୧୦୦ ରୁ ଉର୍ଦ୍ଧ ଶିଶୁଙ୍କ ନାମ ପକାଇ ମଧ୍ୟାହ୍ନ ଭୋଜନକୁ ହଡପ କରୁଛନ୍ତି। ସରକାରୀ ନିୟମ ଅନୁସାରେ ଶିଶୁଙ୍କ ମଧ୍ୟାହ୍ନ ଭୋଜନର ବିବରଣୀ ପିଏମ ପୋଷଣ ଅନଲାଇନରେ ଦିବା ୧୧ ଘଟିକା ସୁଦ୍ଧା ଦେବାକୁ ଥିବାବେଳେ ଗୋପ ବ୍ଲକରେ ତାହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖାଦେଇଛି। ଗୋପ ବ୍ଲକରେ ଥିବା ୨୨୨ଟି ବିଦ୍ୟାଳୟ ମଧ୍ୟରୁ ଅପରାହ୍ନ ସୁଦ୍ଧା ଅଧାରୁ ଅଧିକ ବିଦ୍ୟାଳୟ ଏହାର ବିବରଣୀ ଦେଉନାହାନ୍ତି। କାରଣ ଯଦି କୌଣସି ଅଧିକାରୀ ଏହାର ନିରୀକ୍ଷଣ କରିବେ ତେବେ ଧାରା ପଡିବା ଭୟରେ ସେମାନେ  ବିଦ୍ୟାଳରେ ଶିଶୁ ମାନଙ୍କ ଉପସ୍ଥାନ ପକାଉନାହାଁନ୍ତି। ବିଦ୍ୟାଳୟ ଛୁଟି ହେବା ପରେ ଚଞ୍ଚକତା କାରି ଉପସ୍ଥାନ ପକାଇ ବିଦ୍ୟାଳୟ ବନ୍ଦ କରୁଛନ୍ତି। ଏହି ଘଟଣାକୁ ନେଇ ପ୍ରଜାତନ୍ତ୍ର ରେ ଖବର ପ୍ରକାଶ ପାଇବା ପରେ ଚେଇଁ ଉଠିଛି ଶିକ୍ଷାବିଭାଗ। ଗତ କାଲି ୭୦ଟି ବିଦ୍ୟାଳୟକୁ   ଗୋପ ବ୍ଲକ ଶିକ୍ଷାଧିକାରୀ ନୋଟିସ କରଯାଇଥିବା ବେଳେ ଆଜି କେତକ ବିଦ୍ୟାଳୟ ନିଜର ଉତ୍ତର ପ୍ରଦାନ କରିଛନ୍ତି। 

Leave A Reply

Your email address will not be published.