କଟକଣାକୁ ଫୁ,ବୁଲୁଛି ମାଳ ମାଳ ଯନ୍ତ୍ର ଚାଳିତ ଡଙ୍ଗା
ଚନ୍ଦ୍ରଭାଗା କୂଳରେ ଅଲିଭି ରିଡ଼ଲେଙ୍କ ମୃତ ଦେହ।
କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବା ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖ ଠାରୁ ମେ ମାସ ପର୍ଯ୍ୟନ୍ତ ଅଲିଭରିଡ଼ଲଙ୍କ ସଙ୍ଗମ ଓ ଅଣ୍ଡା ଦେବା ଯୋଗୁଁ ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଚଳାଚଳା କରିବାକୁ କଟକଣା କରାଯାଇଛି।ଏହି ସମୟରେ ମାଳମାଳ ଅଲିଭ ରିଡ଼ଲେ କୂଳକୁ ଆସି ସୁରକ୍ଷିତ ଭାବେ ଅଣ୍ଡା ଦେଇଥାନ୍ତି। ହେଲେ କଟକଣା ଜାରି ହୋଇଥିବାବେଳେ ଚନ୍ଦ୍ରଭାଗା ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ ଅଲିଭରିଡଲେଙ୍କ ମୃତ୍ୟୁର କାରଣ ସାଜିଛି। ବନବିଭାଗ,ମେରାଇନ ପୁଲିସ ଓ ମତ୍ସ୍ୟ ବିଭାଗର ମିଳିତ ତତ୍ଵାବୋଧନରେ କଟକଣାକୁ କଡ଼ାକଡ଼ି ପାଳନ କରାଯାଉନଥିବାରୁ ଏହି ବିରଳ ପ୍ରଜାତିର କଇଁଛର ଜୀବନ ପ୍ରତି ବିପଦ ଦେଖା ଦେଇଛି। ଖାଲି ଆଇନ କରିଦେଇ ଚୁପ୍ ହୋଇ ବସି ରହିବା ଏବଂ ଆନ୍ତରିକତା ଓ ସମନ୍ବୟ ଅଭାବରୁ ଏହି ଜୀବ ବିପଦ ମୁଖରେ ପଡୁଥିବା ଯୋଗୁଁ ପରିବେଶବିତ ମାନେ ଅଭିଯୋଗ କରିବା ସହ ଆଇନକୁ କଡ଼ାକଡି ପାଳନ କରିବା ପାଇଁ ଦାବୀ କରିଅଛନ୍ତି।