‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଠଚକ୍ର ଅନୁଷ୍ଠିତ

କଟକ ୨୭-୧୦-୨୦୨୪(ପିପିଏସ) : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀଯୁକ୍ତ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଏହା କାର୍ଯ୍ୟକାରୀ ହେଲେ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱ ବୃଦ୍ଧି ପାଇବା ସହ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଅଯଥା ଖର୍ଚ୍ଚାନ୍ତରୁ ତ୍ରାହି ମିଳିବ । ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବା ସହ ନିର୍ବାଚନ ଉଷ୍ମତା ସୃଷ୍ଟି ହୋଇ ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତରୁ ସମସ୍ତେ ବିରତ ହୋଇପାରିବେ ବୋଲି ସାଂସଦ ଶ୍ରୀଯୁକ୍ତ ମହତାବ ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ଓ ବି.ଜେ.ପି ମୁଖପାତ୍ର ଅନିଲ କୁମାର ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ । ସଂଯୋଜକ ଡ଼ାକ୍ତର ରବି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ତୋଷ କୁମାର ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.