ସ୍ଥଳଭାଗ ଅଭିମୁଖେ ‘ଦାନା’

ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ। ୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍‌ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ।  

‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି।

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଉଦ୍ଧାରକାରୀ ଟିମ୍‌ ମୁତୟନ କରାଯିବ। ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ଦେଇ ଯାତାୟତ କରୁଥିବା ୧୯୭ଟି ଟ୍ରେନ୍‌କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପିଲାମାନଙ୍କର ପାଠପଢ଼ା ବନ୍ଦ ରଖାଯାଇଛି। ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଏହି ୩ ଦିନ ବନ୍ଦ ରଖାଯାଇଥିବା ବେଳେ ପୁରୀ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ର ଭିତରୁ ମତ୍ସ୍ୟଜୀବୀମାନେ ଫେରି ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ କରିଛନ୍ତି। ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଉପରେ ପ୍ରଶାସନ ଅଧିକ ଫୋକସ ରଖିଛନ୍ତି।  

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରାହାଳୟ, ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବନ୍ଦ ରହିବ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକ ବନ୍ଦ ମଧ୍ୟ ଉକ୍ତ ୨ଦିନ ପାଇଁ ବନ୍ଦ ରହିବ। ବିଭାଗ ଅନ୍ତର୍ଗତ ସମସ୍ତ ମଣ୍ଡପ ଯଥା ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଧ୍ୟ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ସ୍ଥଳ ଭାଗଆଡ଼କୁ ଅଗ୍ରସର ହେଉଛି। ବାତ୍ୟା ସନ୍ଧ୍ୟା ସମୟରେ ପାରାଦୀପ ଠାରୁ ୪୬୦କିମି ଓ ଧାମରା ଠାରୁ ୪୯୦କିମି ଦୂରରେ ରହିଛି। ଏହା ଘଣ୍ଟା ପିଛା ୧୨କିମି ବେଗରେ ଆଗକୁ ଅଗ୍ରସର ହେଉଛି। ବାତ୍ୟା ସ୍ଥଳ ଭାଗରେ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଆଜି ପାରାଦୀପ, ଧାମରା, କେନ୍ଦ୍ରାପଡ଼ାରେ ବର୍ଷା ଆରମ୍ଭ ହୋଇଯାଇଛି। 

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ଓ ଅକ୍ଟୋବର ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପିଛା ୧୦୦ରୁ ୧୧୦ କିମି ରହିବ। ସର୍ବାଧିକ ବେଗ ଘଣ୍ଟା ପିଛା ୧୨୦ କିମି ରହିପାରେ ବୋଲି ଆକଳନ ହୋଇଛି। 

ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ରହିରହି ବର୍ଷା ହେଉଛି। ଆସନ୍ତାକାଲି ସନ୍ଧ୍ୟା ଠାରୁ ଅକ୍ଟୋବର ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ବର୍ଷା ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତି ଜାରି ରଖିଥିବା ବେଳେ ଲୋକେ ବ୍ୟକ୍ତିଗତ ଭାବେ ମଧ୍ୟ ଖାଦ୍ୟ ସାମଗ୍ରୀ ଘରେ ମହଜୁଦ ରଖୁଛନ୍ତି। ମହାକାଳପଡ଼ାସ୍ଥିତ ଏକ ଗ୍ୟାସ୍‌ ସିଲିଣ୍ଡର ବିତରଣ କେନ୍ଦ୍ରରେ ଲୋକଙ୍କର ଲମ୍ବା ଲାଇନ୍‌ ଆଜି ଅପରାହ୍‌ଣରେ ଦେଖିବାକୁ ମିଳୁଛି। ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ୍‌ରେ ରହି ଗ୍ୟାସ୍‌ ସିଲିଣ୍ଡର ନେଉଥିବା ଦେଖାଯାଉଛି। 

Gas

ବାତ୍ୟା ଏବେ ପାରାଦୀପଠାରୁ ୪୬୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ୧୨ କିଲୋମିଟର ବେଗରେ ଗତି କରୁଛି। ପ୍ରଭାବରେ ପାରାଦୀପ, ଧାମରା ସମତେ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଛି। ଆଇଏମଡି ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସ୍ଥଳଭାଗରେ ଅନୁଭୂତ ହୋଇଛି। ଏହା ଧୀରେଧୀରେ ଅଗ୍ରସର ହେଉଛି। ଏହା ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ। ବାତ୍ୟା ସ୍ଥଳଭାଗ ସ୍ପର୍ଶ କଲା ବେଳକୁ ପବନର ବେଗ ଘଣ୍ଟାପିଛା ୧୦୦ରୁ ୧୨୦କିମି ରହିବାର ସମ୍ଭାବନା ଅଛି। ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ସମୁଦ୍ରରୁ ଉଚ୍ଚର ଜୁଆର ଉଠିପାରେ। 

ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା-୨୦୨୩ ସ୍ଥଗିତ ନିଷ୍ପତ୍ତି ହୋଇଛି। ବାତ୍ୟା ପାଇଁ ଓପିଏସ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ଆସନ୍ତା ୨୭ରେ ତାରିଖରେ ହେବାର ଥିଲା। ୭ ଦିନ ପରେ ନୂଆ ତାରିଖ ଧାର୍ଯ୍ୟ ହେବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଜାରି ହୋଇଛି। ବାତ୍ୟା ପାଇଁ ଏହା ପୂର୍ବରୁ ଅନେକ ପରୀକ୍ଷା ସ୍ଥଗିତ ହୋଇସାରିଛି। 

ସାମୁଦ୍ରିକ ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୫ ତାରିଖ ଯାଏଁ ରାଜ୍ୟର ଇକୋ ପର୍ଯ୍ୟଟନ ସ୍ଥଳଗୁଡ଼ିକ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟପ୍ରାଣୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହି ଭଳି ନିଷ୍ପତ୍ତି ନିଆଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନକୁ ଅକ୍ଟୋବର ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହିପରି ଭୁବନେଶ୍ବରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅକ୍ଟୋବର ୨୪ ଓ ୨୫ରେ ବନ୍ଦ ରହିବ। ବନ ବିଭାଗ ଅଧୀନରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯିବ। 

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପାରାଦୀପ, ପୁରୀ ଓ ଧାମରା ବନ୍ଦରରେ୧୦ ନମ୍ବର ବିପଦ ସଙ୍କେତ ଜାରି ହେଲା । ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ଵର ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ଉଚ୍ଚ ଜୁଆର ଆସିବ। ୨୪ ମଧ୍ୟ ରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।

ଏଣେ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ ମୁଖ୍ୟାଳୟରେ ୨୩ ତାରିଖ ସକାଳ ୭ଟାରୁ ୨୬ ତାରିଖ ସକାଳ ୭ଟା ଯାଏଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ଏହାସହ ସମସ୍ତ ଆରଟିଓ କାର୍ଯ୍ୟାଳୟକୁ ସଜାଗ ରହିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏସଟିଏ କଣ୍ଟ୍ରୋଲ ରୁମ୍ ନମ୍ବର: ୦୬୭୧-୨୫୦୭୦୪୨।

ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ84b09bbe-231c-4ccd-9bbc-484b1ba283c6 .jpeg

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଇଓସିର ମୋବାଇଲ୍ ନମ୍ବର-୭୬୮୨୯୮୨୬୬୮ ଓ ଲାଣ୍ଡଲାଇନ୍ ଫୋନ୍ ନମ୍ବର- ୦୬୭୪- ୨୫୩୪୧୭୭ ଜାରି କରାଯାଇଛି।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ଆଗରୁ ଆଜି ମଧ୍ୟାହ୍ନରୁ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଉ କେତେକ ସ୍ଥାନରେ ପାଗ ବଦଳିଗଲାଣି। କେତେକ ଜାଗାରେ ଆକାଶ ମେଘାଛନ୍ନ ଥିବା ବେଳେ ଭଦ୍ରକ ଜିଲ୍ଲା ଧାମରା, ଜଗତସିଂହପୁର ଜିଲ୍ଲା ପାରାଦୀପ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବର୍ଷା ଆରମ୍ଭ ହୋଇଛି।rainfall

ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ

ଭିତରକନିକାରୁ ଧାମରା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ୨୪ ତାରିଖ ରାତି ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ମଧ୍ୟରେ ରହିବ। ବାତ୍ୟାର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବ।  

ଆଇଏଏଫ୍ ଏନଡିଆରଏଫ୍ ଦଳ, ୧୫୦ କର୍ମଚାରୀ ଏବଂ ରିଲିଫ୍ ସାମଗ୍ରୀକୁ ଭୁବନେଶ୍ୱରକୁ ପଠାଇଛି | ପଞ୍ଜାବର ଭଟିଣ୍ଡାଠାରୁ ଗୋଟିଏ ଆଇଏଲ ୭୬ ଏବଂ ଏଏନ୍ ୩୨ ଉଡ଼ାଣ କରାଯାଇଥିଲା। ବିମାନଟି ସକାଳେ ଅବତରଣ କରିଛି।

1cb8ecbc-91b8-433e-a277-c3512702c930
Leave A Reply

Your email address will not be published.