କଟକ,୧୬-୧୦-୨୦୨୪(ପିପିଏସ) : ଦୁର୍ଗାପୂଜା ଅବସରରେ ବୈଶ୍ୟ ତିଲି ଜାତୀୟ ସମିତିର ୯୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ଶ୍ରୀଯୁକ୍ତ ନୀଳମଣି ସାହୁ ଯୋଗ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ସାଧାରଣ ସମ୍ପାଦକ ମଧୁସୂଦନ ସାହୁ, ଉପସଭାପତି କୁଞ୍ଜବିହାରୀ ସାହୁ, କାର୍ଯ୍ୟକାରୀ ସମ୍ପାଦକ ଡ. ସିଦ୍ଧାର୍ଥ କୁମାର ସାହୁ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ମାୟାଧର ସାହୁ, ଅନ୍ୟ କର୍ମୀମାନେ ହେଲେ ରୁଦ୍ରଚରଣ ସାହୁ, ବିଶ୍ୱନାଥ ସାହୁ, ସୌମେନ୍ଦ୍ର କୁମାର ସାହୁ, ଶଙ୍କର ସାହୁ, ବିଭୁପ୍ରସାଦ ସାହୁ, ପ୍ରଦୀପ କୁମାର ସାହୁ, ହିମାଂଶୁ ଶେଖର ସାହୁ, ଦେବବ୍ରତ ସାହୁ, ସୁରେନ୍ଦ୍ର ସାହୁ, ଚୌଧୁରୀ ଶୁଭେନ୍ଦୁ ମହାପାତ୍ର, ଶଶିଶେଖର ସାହୁ, ଲକ୍ଷ୍ମୀକାନ୍ତ ସାହୁ, ମନୋଜ କୁମାର ସାହୁ, ନିରଞ୍ଜନ ସାହୁ, ଦେବେନ୍ଦ୍ର ସାହୁଙ୍କୁ ସମିତି ତରଫରୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ତାଙ୍କ ଭାଷଣରେ ଜାତିପ୍ରୀତି ଉଦ୍ଦେଶ୍ୟରେ କହିଥିଲେ ଯେ, ମହିଳାମାନେ ଏବଂ ପୁରୁଷମାନେ ଏକ ନିଷ୍ଠ ଭାବେ କାର୍ଯ୍ୟ କଲେ ଅନୁଷ୍ଠାନ ସୁଦୃଢ଼ ହୋଇପାରିବ । ଏଥିରେ ଜାତିର ନାମ ରହିବା ସଙ୍ଗେ ସମାଜରେ ବୈଶ୍ୟ ତିଲି ଜାତୀୟ ସମିତି ଏକ ନମ୍ବରରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସଭା ଶେଷରେ ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବରେନ୍ଦ୍ର ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।