ଦୁଇ ମହିଳା ସାମାଜିକ କର୍ମୀ ହାତାହାତି
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଜୟଦେବଭବନ ପାର୍କିଂରେ ଦୁଇ ମହିଳା ସାମାଜିକ କର୍ମୀ ଶୁଭଲକ୍ଷ୍ମୀ ରାଉତ ଓ ମୋନାଲିସା ମଲ୍ଲିକ ହାତାହାତି ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଅପରାହ୍ନରେ ଜଣେ ମହିଳା ସମାଜସେବୀ ଜୟଦେବଭବନ ପାର୍କିଂରେ ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଅନ୍ୟ ଜଣେ ସମାଜସେବୀ ସେଠାରେ ପହଞ୍ଚିଥିଲେ। ବାଇଟ୍ ଦେବାକୁ ତାଙ୍କୁ ମନା କରିଥିଲେ।
ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆଜି ଜୟଦେବଭବନ ପାର୍କିଂରେ ଦୁଇ ମହିଳା ସାମାଜିକ କର୍ମୀ ଶୁଭଲକ୍ଷ୍ମୀ ରାଉତ ଓ ମୋନାଲିସା ମଲ୍ଲିକ ହାତାହାତି ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି।
ଥାନାରେ ଚୁକ୍ତିନାମା କରିଥିବାରୁ କାହିଁକି ବାଇଟ୍ ଦେଉଛନ୍ତି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ତା’ପରେ ଠେଲାପେଲା ହୋଇଥିଲା। ଖାଲି ଠେଲାପେଲା ନୁହେଁ, ଦୁଇ ମହିଳା ହାତାହାତି ହେଲେ। ଚୁଟି ଟଣାଟଣି ହୋଇ ମରାମରି ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିଛି ଲୋକ ଭିଡିଓ ରେକର୍ଡିଂ କରିଥିଲେ। ଦୀର୍ଘ ସମୟ ଧରି ଦୁଇ ସମାଜସେବୀଙ୍କ ଭିତରେ ଖଣ୍ଡଯୁଦ୍ଧ ଲାଗିଥିଲା। ଶେଷରେ ସେଠାରେ ପୁଲିସ ପହଞ୍ଚି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନଥିଲେ।