ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ୍‌, ଚାଳକ ଗୁରୁତର ୩ ଆହତ

ବ୍ରହ୍ମପୁର,୦୬-୧୦-୨୦୨୪ (ପିପିଏସ) : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଅଟୋ ଚାଳକଜଣଙ୍କ ହେଲେ ପଦ୍ମପୁର ଗ୍ରାମର ବିଜୟ ନାୟକ ଏବଂ ସାମାନ୍ୟ ଆହତ ହୋଇଥିବା ୩ଜଣ ମହିଳା ରଣ୍ଢା ହରିଜନ ସାହିର ବୋଲି ଜଣାପଡିଛି । ସୂଚନା ଅନୁଯାଇ ରବିବାର ସନ୍ଧ୍ୟା ୬ଟା ସମୟରେ ବ୍ରହ୍ମପୁରପଟୁ ରଣ୍ଢା ହରିଜନ ସାହିକୁ ମହିଳା ଶ୍ରମିକ ମାନଙ୍କୁ ନେଇ ଅଟୋ ନଂ (ଓଡି ୦୭ଏୟୁ ୬୬୭୮) ଦ୍ୱାରା ଆସୁଥିବା ସମୟରେ ରଣ୍ଢା ଛକ ନିକଟରେ ବୁଲାଣି ବେଳେ ସେହି ସମୟରେ ଏକ ବୋଲେରା ନଂ (ଓଡି ୦୨ଏଏନ୍‍ ୮୫୭୩) ରାସ୍ତା ମଝିରେ ଛିଡା ହୋଇଥିଲା । ଠିକ୍‍ ଏହି ସମୟରେ ଏକ ଟ୍ରକ ନଂ(ଟିଏନ୍‍ ୪୬ଏସି ୨୯୨୨)ଆସି ପଛରୁ ଅଟୋକୁ ଧକ୍କା ଦେଇଥିଲା ଅଟୋଟି ଭାରସାମ୍ୟ ହରାଇ ଛିଡା ହୋଇଥିବା ବୋଲରକୁ ଧକ୍କା ଦେଇ ରାସ୍ତାରେ ଥିବା ବେରିକେଟ୍‍କୁ ବାଜି ଓଲଟି ପଡ଼ିଥିଲା । ଫଳରେ ଅଟୋ ଚାଳକ ବିଜୟ ନାୟକ ଡିଭାଇଡରକୁ ପିଟି ହୋଇ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହେେଇଥିଲେ । ଅଟୋରେ ବସିଥିବା ତିନିଜଣ ମହିଳା ଆହାତ ମଧ୍ୟ ଆହତ ହୋଇଥିଲେ । ରାଜପଥରେ ମାଲବାହୀ ଟ୍ରକ ଅଟକି ରହିବା ସହ କିଛି ସମୟ ପାଇଁ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ôଚ ଆହାତ ମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ନେଇଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ପହଞ୍ôଚ ରାସ୍ତାରେ ଅଟକି ରହିଥିବା ଗାଡ଼ିକୁ ହଟାଇଥିଲେ । ଅଟୋ, ବୋଲେର, ଟ୍ରକକୁ ପୁଲିସ ଜବତ କରିବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.