କଳିଙ୍ଗ ଛକରେ ଗଳିପୋଲ ପାଇଁ ସ୍ଥିତି ପରଖିଲେ ସାଂସଦ

କଟକ-ଚୌଦ୍ୱାର,୦୧-୧୦-୨୦୨୪ (ପିପିଏସ) : ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର କଳିଙ୍ଗଛକଠାରେ ରାଜପଥରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ କଳିଙ୍ଗ ବଜାର କମିଟି କଟକ ସାଂସଦ ଭତ୍ତୃହରି ମହତାବଙ୍କୁ ପୂର୍ବରୁ ଏକ ଲିଖିତ ଆବେଦନ କରିଥିଲେ ।ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ ଗଳିପୋଲି ନିର୍ମାଣ ସମ୍ପର୍କରେ ଅନୁଧ୍ୟନ ପାଇଁ ସାଂସଦ ଶ୍ରୀ ମହତାବ ସୋମବାର ଦିନ କଳିଙ୍ଗଛକରେ ପହଞ୍ଚିଥିଲେ । କଳିଙ୍ଗ ବଜାର କମିଟି ତରଫରୁ କିଶୋର କୁମାର ସାହୁ, ସୋରେନ୍ ବେହେରା, ପ୍ରମୋଦ କୁମାର ସାହୁ, ମାନସ କୁମାର ସାହୁ, ମାନସ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ବଜାରର ବହୁ ବ୍ୟବସାୟୀ ମହତାବଙ୍କୁ ପ୍ରସ୍ତାବିତ ଗଳିପୋଲ ସ୍ଥାନ ବୁଲାଇ ଦେଖାଇବା ସହିତ ଜନ ସାଧାରଣ ଓ ବ୍ୟବସାୟୀ ମାନଙ୍କ ସୁବିଧା ଦୃଷ୍ଟିରୁ ଉକ୍ତ ସ୍ଥାନରେ ଏକ ଗଳିପୋଲ ନିର୍ମାଣ କରିବା ନିତ୍ୟାନ୍ତ ଜରୁରୀ ବୋଲି ପ୍ରକାଶ କରି ଏଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ।

ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ ଗଳିପୋଲି ନିର୍ମାଣ ସମ୍ପର୍କରେ ଅନୁଧ୍ୟନ ପାଇଁ ସାଂସଦ ଶ୍ରୀ ମହତାବ ସୋମବାର ଦିନ କଳିଙ୍ଗଛକରେ ପହଞ୍ଚିଥିଲେ

ଚାରବାଟିଆରୁ କଳିଙ୍ଗଛକକୁ ସଂଯୋଗ କରୁଥିବା ରାସ୍ତାରେ ଚୌଦ୍ୱାର ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ପ୍ରତିଦିନ ଯାତାୟତ କରୁଥିବାବେଳେ ଏହି ଛକରେ ରାଜପଥରେ ଗଳିପୋଲ ବ୍ୟବସ୍ଥା ରଖା ଯାଇ ନଥିବାରୁ ଚୌଦ୍ୱାର ଭିତରକୁ କିମ୍ବା କଳିଙ୍ଗ ଛକକୁ ଯିବାପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କମିଟି ପ୍ରତିନିଧି ମାନେ ସଂସଦଙ୍କୁ ଅଭିଯୋଗ କରିଥିଲେ ।ଏଥି ସହିତ ବଜାରରେ ବ୍ୟବସାୟ କରି ଚଳୁଥିବା ବ୍ୟବସାୟୀଙ୍କ ଜୀବୀକା ଉପରେ ଘୋର ନାକାରତ୍ମକ ପ୍ରଭାବ ପକାଇଥିବା ଅଭିଯୋଗ ମଧ୍ୟ କରିଥିଲେ । ଶ୍ରୀ ମହତାବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରି ଏସମ୍ପର୍କରେ ରାଜପଥ ପ୍ରଧିକରଣ ସହିତ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

Leave A Reply

Your email address will not be published.