ପୁଲିସଙ୍କ ଆଚରଣ-ଉଚ୍ଚାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଲେ

ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି।

ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି  ସମ୍ମିଳନୀରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା ।

୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%  ରହିଛି। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ଏହା ସହିତ ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଇଏଏସ ଅଫିସରଙ୍କୁ ତାଗିଦ୍ କରିଥିବାବେଳେ ଏବେ ଆଇପିଏସ୍ ଅଫିସରଙ୍କୁ  ମଧ୍ୟ ତାଗିଦ୍ କରିଛନ୍ତି। ପୁଲିସ କର୍ମଚାରୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ରହିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

ଏହା ସହ ଭରତପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଥାନାରେ ମହିଳାଙ୍କ ପ୍ରତି ଉଚିତ୍ ବ୍ୟବହାର କର । ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବାକୁ କହିଛନ୍ତି । 

ଡାକ୍ତରଖାନା ଏବଂ ଥାନାକୁ ଲୋକେ ଆସିବାକୁ ଚାହିଁ ନ ଥାନ୍ତି। ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ସେ ପରାମର୍ଶ ଦେଇଛନ୍ତି । ସାଧାରଣ ଲୋକର ଭରସାକୁ ବଜାୟ ରଖିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ତ୍ରୁଟି ଥିଲେ ତୁରନ୍ତ ସୁଧାରି ନେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୁଣି ଥରେ ନିଜ ସହ ହୋଇଥିବା ଖରାପ ବ୍ୟବହାର କଥା ମଧ୍ୟ ଦୋହରାଇଛନ୍ତି ।

ଅପରାଧରେ ଲଗାମ ଲଗାଇବା ପାଇଁ ପୁଲିସ କର୍ମଚାରୀମାନେ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ଡ୍ୟୁଟିରେ ରହିବାକୂ କହିଛନ୍ତି।

ନିଜ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରେ ରାତି ୧୨ଟା ପର୍ଯ୍ୟନ୍ତ ରହୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ଏପରି କଡ଼ା ଭାଷାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.