ଜୀବନ ନେଲା ମହୁମାଛି
ଭବାନୀପାଟଣା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେବ୍ୟକ୍ତିପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତିlସୂଚନାନୁସାରେବେତିଆପଡା ଗାଁର ୫ଜଣ ବ୍ୟକ୍ତି ବୁର୍ଜା ମାଝୀ(୪୫), ପୂର୍ଣ୍ଣ ମାଝୀ(୪୬), ଲିପା ମାଝୀ(୩୬), ମୁଗ୍ରୀ ମାଝୀ(୩୮) ଓ ପାଗୁମାଝୀ(୩୮) ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ | ଏହି ସମୟରେହଠାତ୍ ଏକ ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ| ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଗତ ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ୫ଜଣ ବୁର୍ଜା ମାଝୀ,ପୂର୍ଣ୍ଣ ମାଝୀ,ଲିପା ମାଝୀ,ମୁଗ୍ରୀ ମାଝୀ ଓ ପାଗୁ ମାଝୀଙ୍କୁ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ସେମାନେ ଶୁକ୍ରବାର ରାତିରେ ହିଁ ବେତିଆପଡା ଗାଁକୁ ଫେରି ଆସିଥିଲେ। କିନ୍ତୁ ବୁର୍ଜା ମାଝୀ ଗୁରୁତର ହେବାରୁ ତାଙ୍କୁ ରାତାରାତି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାରେ ନେଇ ଭର୍ତ୍ତି କରାଯାଇଥିଲାସେଠାରେ ଚିକିତ୍ସିତ ହେଉଥିବା ସମୟରେ ରାତ୍ର ୩ ଘଣ୍ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା।
କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତି l
ବିଜେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମାଲ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାରରେ ମା ସୁରି ମାଝୀ(୭୦), ସ୍ତ୍ରୀ ଲାଚିଙ୍ଗ ଦେଇ ମାଝୀ(୩୮), ପୁଅ ବିକ୍ରମ ମାଝୀ(୧୮) ଓ ଝିଅ ଭୂମିକା ମାଝୀ (୪ବର୍ଷ)ର ହୋଇଥିବା ବେଳେ ଅତି ଗରିବ ହୋଇଥିବାରୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।