ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ମୁଖ୍ୟଯନ୍ତ୍ରୀ

ବାଲେଶ୍ୱର/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବାଲେଶ୍ୱର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି।

ଗତକାଲି ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ୍‌ ଓ ୪ଟି ପ୍ଳଟ୍‌ ଓ ଦୁଇଟି ବେନାମୀ ଫ୍ଲାଟ୍‌ ଠାବ କରିଥିଲା ଭିଜିଲାନ୍ସ।

ହରିହର ବ୍ୟାଙ୍କରେ ୧.୧୧ କୋଟି ଟଙ୍କା ଜମା ରଖିବା ସହ ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ତାଙ୍କ ଶଳାଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ହରିହର ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.