ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ସ୍ଥାପନା ଦିବସ ପାଳନ

ବାରଙ୍ଗ/କଟକ,୨୦-୦୯-୨୦୨୪(ପିପିଏସ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ସ୍ଥାପନା ଦିବସ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବାରଙ୍ଗ ବ୍ଲକ୍ ସ୍ଥିତ ରାମଦାସପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଙ୍କୀ ବିଧାୟକ ଦେବିରଞ୍ଜନ୍ ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଏହି ସ୍ଥାପନା ଦିବସ କୁ ଉଦ୍ଘାଟନ କରି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଂରାଜୀ ମାଧ୍ୟମରେ ସି ବି ଏସ୍ ଇ ପାଠ୍ୟକ୍ରମ ଗ୍ରହଣ ପାଇଁ ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଅପରାହ୍ନରେ ଉଦଯାପନୀ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା , ଐତିହାସିକ ତଥ୍ଯ ସମ୍ବଳିତ ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ଓ ନୂତନ ଶିକ୍ଷାନୀତି ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଉଭୟ ଉଦ୍ଘାଟନୀ ଏବଂ ଉଦଯାପନୀ କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ। କଟକ ଜିଲ୍ଲାପାଳ ଏଵଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ମାନଙ୍କର ସାଂସ୍କୃତିକ ପ୍ରତିଯୋଗୀତା ଉପଭୋଗ କରିବା ସହିତ ସେମାନଙ୍କ ପାଇଁ ଆୟୋଜିତ ବିଭିନ୍ନ ବ୍ୟବସ୍ଥl ବିଷୟରେ ପଚାରି ବୁଝିଥିଲେ । ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମ ରାଜ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ବ୍ଲକ୍ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ବେହେରା ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଅନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହକାରୀଙ୍କୁ ଉତ୍ସାହିତ କରିଥିଲେ । ଆଦର୍ଶ ଉଦଘାଟନ ଉତ୍ସବରେ ବିଦ୍ୟାଳୟ ର ଅଧକ୍ଷ ସୁଶାନ୍ତ ନାଏକ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉଦଯାପନ ଉତ୍ସବରେ ଅକ୍ଷୟ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ରଖିଥିଲେ । ଏହି ଉତ୍ସବରେ ଜିଲ୍ଲାର ୧୪ ବ୍ଲକ୍ ରୁ ୩୯୯ ଛାତ୍ର ଛାତ୍ରୀ ଭିନ୍ନ ଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମୋ ସ୍କୁଲ୍ ନୋଡାଲ ଅଧିକାରୀ ବିଭୁଦତ୍ତ ବେହେରା ଏବଂ ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ବ୍ଲକ୍ ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିବାବେଳେ ବାରଙ୍ଗବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.