ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ

ଢେଙ୍କାନାଳ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ସଦର ଆର୍‌ଆଇ ବରୁଣ ଜେନା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି l ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ସେ ବଳରାମ ସାହୁଙ୍କ ମାଧ୍ୟମରେ ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ ଅର୍ଥ ଦେଇଥିଲେ। ସେମାନେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.