ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।
ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢ଼ିରୁ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଛି।
ଅଭିଷେକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ୧୨ ତାରିଖରେ ଛାତ୍ର ଜଣଙ୍କ କଲେଜରେ ତାଙ୍କୁ ରାଗିଂ କରାଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି । ତେବେ ଛାତ୍ରଙ୍କର ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଗତ ୧୦ ତାରିଖରେ ଛାତ୍ର ଜଣଙ୍କ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇଥିଲେ।