ଜଙ୍ଗଲରୁ ମିଳିଲା ଶହଶହ ବସ୍ତା ଡୋଲୋମାଇଟ୍‌

ସୁନ୍ଦରଗଡ଼/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଉର୍ବର ହେବ ଚାଷ ଜମି । ଆଉ ସଶକ୍ତ ହେବେ ଚାଷୀ । ସେଥିପାଇଁ ଚାଷୀଙ୍କୁ ଯୋଗାଇଦେବାକୁ ଆସିଥିଲା ଡୋଲୋମାଇଟ୍‌ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡୋଲୋମାଇଟ୍‌ ଯୋଗାଇ ଦିଆଯାଇଥିଲା । ହେଲେ ସେହି ଡୋଲୋମାଇଟ୍‌କୁ ଏବେ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି । ବସ୍ତେ କି ଦୁଇ ବସ୍ତା ନୁହେଁ, ଶହଶହ ଡୋଲୋମାଇଟ୍‌ ବସ୍ତା ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ବାଲିଶଙ୍କରା ବ୍ଲକ୍‌ କିଂଜିରକେଲା – ବିରକାଲଡିହି ରାସ୍ତାରେ ଥିବା ଜଙ୍ଗଲ ମଝିରେ ପଡ଼ିଛି ଶହଶହ ବସ୍ତା ଡୋଲୋମାଇଟ୍‌ । ଓଡ଼ିଶା ସରକାରଙ୍କ ଲୋଗୋ ଥିବା ଏହି ବ୍ୟାଗରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ୍‌ ଲେଖାଯାଇଛି । ଏହା ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ, ଚାଷୀଙ୍କୁ ଯୋଗାଇ ଦେବାକୁ ଆସିଥିବା ଉଲ୍ଲେଖ ରହିଛି । ଡୋଲୋମାଇଟ୍‌ ମାଗ୍ନେଶିୟମ ଓ କ୍ୟାଲସିୟମ କାର୍ବୋନେଟର ଚୁନ ମାଟିରେ ମିଶିଲେ ମାଟିର ଉର୍ବରତା ବଢ଼ିଥାଏ । ଯାହାଫଳରେ ଚାଷୀଙ୍କ ଅମଳ ବଢିଥାଏ ।

Leave A Reply

Your email address will not be published.