ଝରିଗାଁ ବ୍ଲକରେ ଝାଡ଼ାବାନ୍ତି : ୩ ମୃତ ୧୫ ଆକ୍ରାନ୍ତ

ନବରଙ୍ଗପୁର/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚେପଟିଅମ୍ବା ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା ଜାରି ରଖିଛନ୍ତି ।

କିଛି ଦିନ ପୂର୍ବରୁ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଜଣକ ହେଉଛନ୍ତି ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ମଧୁ ଜାନୀ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମଧୁଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ତେବେ କେଉଁ କାରଣ ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡ଼ିନାହିଁ । ଦୂଷିତ ପାଣି ପିଇବା ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ ଗାଁରେ ମେଡିକାଲ ଟିମ୍ ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କ ଚିକିତ୍ସା ଜାରି ରଖିଛନ୍ତି ।

Leave A Reply

Your email address will not be published.