୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ:ଅମରେନ

ଚେନେଇ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ବିଜୟଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଗୁରୁବାର ମୁକ୍ତିଲାଭ କରିଛି। ଏଥିରେ ଅଭିନେତା ପ୍ରେମଗୀ ଅମରେନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗ୍ରାଣ୍ଡ୍ ରିଲିଜ୍‌କୁ ନେଇ ଅମରେନ ଅନେକ ବଡ଼ ଖୁଲାସା କରିଛନ୍ତି। ଏଥିସହ ବିଜୟଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏହି ଭବିଷ୍ୟବାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅମରେନ କହିଛନ୍ତି ଯେ, ୨୦୨୬ରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ। ଦଲପତି ବିଜୟଙ୍କ ରାଜନୀତିରେ ପ୍ରବେଶକୁ ନେଇ ପ୍ରେମଗୀ କହିଛନ୍ତି, ‘‘ହଁ, ନିଶ୍ଚିତ। ମୁଁ ୨୦୨୬ରେ ତାଙ୍କୁ ଭୋଟ୍ ଦେବି। ମୁଁ ଆପଣଙ୍କୁ ଦୃଢତାର ସହ କହୁଛି ଯେ ବିଜୟ ୨୦୨୬ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ। ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ।’’ ପ୍ରେମଗୀଙ୍କ ମନ୍ତବ୍ୟ ସିନେମା ଏବଂ ରାଜନୀତି ଉଭୟ ​‌କ୍ଷେତ୍ର​‌ରେ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଏବଂ ବିଜୟଙ୍କ ଭବିଷ୍ୟତର ସମ୍ଭାବନାକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।ନିକଟରେ ଏକ ସାକ୍ଷାତକାରରେ ପ୍ରେମଗୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍(ଗୋଟ୍‌)’ରେ ତାଙ୍କ ଭୂମିକା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେ ଏହି ଚଳଚ୍ଚିତ୍ରରେ ବିଜୟଙ୍କ ଦ୍ଵୈତ ଭୂମିକା ବିଷୟରେ କୌ​ତୁହଳପୂର୍ଣ୍ଣ ସୂଚନା ଦେଇଛନ୍ତି। ଅଭିନେତା କହିଛନ୍ତି, ‘‘ଆପଣ ଜାଣନ୍ତି ଯେ, ବିଜୟ ଦୁଇଟି ଚରିତ୍ରରେ ଅଭିନୟ କରୁଛନ୍ତି- ଜଣେ ବଡ଼ ବିଜୟ ଏବଂ ଆଉଜଣେ ସାନ। ମୁଁ ଫିଲ୍ମରେ ସ୍ନେହାଙ୍କ ଭାଇ ଭୂମିକାରେ ଅଭିନୟ କରୁଛି, ଯିଏ କି ବଡ଼ ବିଜୟଙ୍କ ପତ୍ନୀ।’’

Leave A Reply

Your email address will not be published.