ପ୍ୟାରିସ ପାରାଲିମ୍ପିକ୍ସ : ଭାରତ ପାଇଁ ବ୍ରୋଞ୍ଜ ଆଣିଲେ ଦୀପ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପାରା ଅଲିମ୍ପିକ୍ସର ଦୌଡ଼ କୁଦରୁ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି । ଭାରତର ଦୀପ୍ତି ଜୀବନଜୀ ୪୦୦ ମିଟର ଟି୨୦ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଛନ୍ତି।
ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ୟୁକ୍ରେନର ଶୁଲିଆର ସ୍ୱର୍ଣ୍ଣ ଓ ତୁର୍କୀର ଆୟସେଲ ଓଣ୍ଡେର l
ଦୀପ୍ତିଙ୍କ ଠାରୁ ଭାରତ ସ୍ୱର୍ଣ୍ଣ ପଦକର ଆଶା ରଖିଥିଲେ ହେଁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ ଯୋଗ୍ୟତା ପର୍ଯ୍ୟାୟର ହିଟ୍ ୧ରେ ଭାଗ ନେଇ ୧ ନଂ ସ୍ଥାନରେ ରହିଥିଲେ। ତାଙ୍କ ଟାଇମିଂ ୫୫.୪୫ ସେକେଣ୍ଡ ରହିଥିଲା। ହେଲେ ଆଜି ରେସ ଶେଷ କରିବାକୁ ତାଙ୍କୁ ୫୫.୮୨ ସେକେଣ୍ଡ ଲାଗିଛି। ପ୍ରଥମ ସ୍ଥାନରେ ଥିବା ଶୁଲିଆର ୫୫.୧୬ ସେକେଣ୍ଡରେ ରେସ ଶେଷ କରିଥିଲେ ।
ଦୀପ୍ତିଙ୍କ ସଫଳତାକୁ ମିଶାଇ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସୋମବାର ଭାରତ ଗୋଟିଏ ଦିନରେ ୮ଟି ପଦକ ଜିତି ରେକର୍ଡ କରିଥିଲା। ଏଥିରେ ୨ଟି ସ୍ୱର୍ଣ୍ଣ ରହିଥିଲା ।