ଅଖାଦ୍ୟ ଖାଇ ବ୍ୟାପିଲା ଝାଡ଼ାବାନ୍ତି : ୩ ମୃତ, ୧୦ ଅସୁସ୍ଥ

ଭବାନୀ ପାଟଣା/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ାଖୁ ଗାଁରେ। ଅସୁସ୍ଥ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଇଁଷି ମାଂସ ଓ ଜଙ୍ଗଲରୁ ବିଷାକ୍ତ ଛତୁ ଖାଇବା ଯୋଗୁ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ମାସକ ମଧ୍ୟରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧାନ କରିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ଆଶାକର୍ମୀ ମଧ୍ୟ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି । ଏଥିସହ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.