ମହାପ୍ରଭୁଙ୍କ ଦର୍ଶନ କଲେ ଆର୍‌ ବି ଆଇ ଗଭର୍ଣ୍ଣର

ଭୁବନେଶ୍ୱର,୨-୯-୨୪(ପିପିଏସ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି । ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି । ଉଭୟ ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ଲାଭକରୀ ଖୁବ ଭାବବିହ୍ବଳ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ୱ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ ।

୨୦୨୧ରେ ପ୍ରଥମ ଓଡ଼ିଆ ଭାବରେ ଆର୍‌ ବି ଆଇ ଦାୟିତ୍ୱ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ । ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ମନ ଓ ମସ୍ତିସ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ ଭାବବିହୱଳ ହୋଇ କହିଛନ୍ତି ଶକ୍ତିକାନ୍ତ ଦାସ ।

Leave A Reply

Your email address will not be published.