ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ

କଟକ,୨-୯-୨୪(ପିପିଏସ) : ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ର.ଡଃ ଅପରାଜିତା ଚୌଧୁରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି ଜାତୀୟ ସଙ୍ଗୀତଗାନ ସହ ସରସ୍ୱତୀଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା । କୁଳସଚିବ ନିରୂପମା ସ୍ୱାଇଁ ସଭାରେ ନିଜ ଅଭିଭାଷଣ ଦେଇ ବିଶ୍ୱବିଦ୍ୟାଳୟର ସମସ୍ତ ସୁବିଧାର ଲାଭ ନେବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଡଃ ସୌମିତ୍ର ଚାଟାର୍ଜୀ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ କହିଥିଲେ । ବିତ୍ତୀୟ ନିୟବକ ଡଃ ଚିତ୍ତରଞ୍ଜନ ନାୟକ ଛାତ୍ରକଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆର୍ଥିକ ସୁବିଧା ଯୋଗାଇ ଦେବାକୁ
ଆଶ୍ୱସନା ଦେଇଥିଲେ । ଏହାପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ର.ଡଃ ଅପରାଜିତା ଚୌଧୁରୀ କହିଥିଲେ ଯେ, ଆଇନ୍ ପ୍ରଶିକ୍ଷଣର ଆବଶ୍ୟକତା ଏବଂ ଅନ୍ୟ ଅଧ୍ୟୟନ ସହ ଏହାର ସହଯୋଗିତା ଏବଂ ଆବଶ୍ୟକତା ବିଷୟରେ ଆଲୋକପାତ କରିବା ସହ ଛାତ୍ର ଜୀବନରେ ‘ଥ୍ରୀ ସି’ ଯଥା କମିଟେଡ୍, କମ୍ପିଟେନ୍ସି ଓ କନଫିଡେଣ୍ଟର ଆବଶ୍ୟକତା ବିଷୟରେ ବୁଝାଇଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରକଲ୍ୟାଣ ନିର୍ଦ୍ଦେଶକ ଡଃ ନିଧି ଚୌହ୍ୱାନ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ସମ୍ପର୍କରେ କହିଥିଲେ । ବିଶ୍ୱବିଦ୍ୟାଳୟରର କୁଳପତି ପ୍ର.ଡଃ କମଲଜୀତ ସିଂ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି, ନିଜପ୍ରତି କର୍ତ୍ତବ୍ୟ, ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାର ଉପଦେଶ ଦେବା ସହ ସମସ୍ତ କ୍ଷେତ୍ରରେ ଆଇନର ଅନ୍ତର୍ଭୁକ୍ତିକୁ ଦର୍ଶାଇଥିଲେ । ପରିଶେଷରେ ତିନି ବର୍ଷୀୟ ତଥା ଏଲ୍ଏଲ୍ଏମ୍ ବିଭାଗର ମୁଖ୍ୟ ହିରଣ୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲ ।

Leave A Reply

Your email address will not be published.