ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଦୁଇଟି ବଗି ଭାଙ୍ଗିଲା

ପାରାଦୀପ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ବଗି ରେଲଓ୍ବେ ଟ୍ରାକ୍‌ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା ପରେ ପୋର୍ଟ ରେଲଓ୍ବେ ଅଧିକାରୀ ଓ ଖୋର୍ଦ୍ଧା ଡିଭିଜନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଗୋଟିଏ ବଗିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ବଗିର ମରାମତି କାମ ଚାଲିଛି। ଏହି ସମୟରେ ପାରାଦୀପ ବନ୍ଦର ଭିତରୁ ବାହାରକୁ ଯିବାକୁ ଥିବା ପ୍ରାୟ ୩ଟି ଟ୍ରେନ୍‌ ଅଟକି ରହିଛି। ଯଦ୍ୱାରା ପଣ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବାକୁ ୩ରୁ ୪ ଘଣ୍ଟା ଲାଗିବ ବୋଲି ଘଟଣାସ୍ଥଳରେ ଥିବା ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.