Monthly Archives

August 2024

ରକ୍ତରଞ୍ଜିତ ହେଲା ୫୩ ନମ୍ବର ଜାତୀୟ ରାଜପଥ : ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ଗୋରୁଙ୍କ ଜୀବନ

ଢେଙ୍କାନାଳ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ । ଏହି ଦୁର୍ଘଟଣାରେ ୪ ଗୋରୁ ଗୁରୁତର

ଏକତରଫା ପ୍ରେମରେ ଅନ୍ଧ ନାବାଳକର ବିଭତ୍ସ କାଣ୍ଡ : ପ୍ରେମିକାର ଦାଦାଙ୍କ ମୁଣ୍ଡ-ଗଣ୍ଡି କରିଦେଲା ଅଲଗା

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଏକ ତରଫା ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନଥିବା ନାବାଳକ ହୋଇ ଉଠିଲା ରକ୍ତମୁଖା। ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ

ସ୍ୱପ୍ନ ନେଇଛି ବାସ୍ତବ ରୂପ : ଡାକ୍ତର ହେବେ ବଣ୍ଡା ଛାତ୍ର

ମାଲକାନଗିରି/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଅପହଞ୍ଚ ଦୁର୍ଗମ ମାଲକାନଗିରି ଜିଲ୍ଲାର ଅନୁନ୍ନତ ବଣ୍ଡା ଘାଟି। ସାଧାରଣ ଜନଜୀବନ ଠାରୁ ଅନେକ ଦୂରରେ ଥିବା ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା।

ବିପୁଳ ସମ୍ପତ୍ତିର ମାଲିକ’ CHSE ରେକର୍ଡ ସପ୍ଲାୟର୍ ଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଆଉ ମାତ୍ର ୨ ଦିନ ପରେ ନେଇଥାନ୍ତେ ଅବସର । ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ । ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ହାତରେ ପଡ଼ିଲା ହାତକଡ଼ି l ଭିଜିଲାନ୍ସ ହାତରେ ବନ୍ଧା ହେଲେ CHSE

ସୈତାନ ପଡ଼ୋଶୀର ନାରକୀୟ କାଣ୍ଡ : ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୪ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଛି ପଡ଼ୋଶୀ l ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ

‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କୁ ୯.୨୨ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କଠୁ ୯ଲକ୍ଷ ୨୨ହଜାର ୫୩୦ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ତାଙ୍କଠୁ ଏହି ଅତିରିକ୍ତ ଟଙ୍କା ଆଦାୟ

ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ସାଂସଦ ମହତାବ

କଟକ, ୨୮-୦୮-୨୪(ପିପିଏସ) : ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବର୍ତ୍ତମାନ ଚାଲିଥିବା କାର୍ଯ୍ୟଗୁଡ଼ିକ ଦଶହରା ପୂର୍ବରୁ ସରିଯିବ ଏବଂ ଦଶହରା ପରେ ନୂତନମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ

ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ : ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା

ଭୁବନେଶ୍ୱର, ୨୮-୦୮-୨୪(ପିପିଏସ) : ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବିଧାୟକମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ

ଓଏଏସ୍ ମେନ୍, ୧୩୬୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ : ୯ରୁ ଡକ୍ୟୁମେଂଟ ଯାଂଚ ଓ ସାକ୍ଷାତକାର

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏହି ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର

ବାଇପାସ୍‌ ପାଇଁ ବଳି ପଡ଼ିଲା ଗଛ : କାଟିଦେଲେ, ଲଗାଇଲେନି

ଜୟପୁର/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ । କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ । ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ । ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି।