Monthly Archives

August 2024

ବଦଳିଲା ଯୁକ୍ତ-୩ ପାଇଁ ଗାଇଡଲାଇନ : ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ଆଜି

ଆକ୍ସନ ମୋଡ଼ରେ ସରକାର : ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ରାଜ୍ୟ ସରକାର ଏବେ ଆକ୍ସନ ମୋଡ଼ରେ । ଦେଶୀ ମଦ ଭାଟି ଉପରେ ଘନ ଘନ ଚଢ଼ାଉ କରୁଛି ପୋଲିସ୍‌ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା

ଭଡ଼ାଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କିମ୍ବା ଆତ୍ମହତ୍ୟା ?

ବାଲେଶ୍ୱର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ : ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

*ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା*ପ୍ରବଳ ବର୍ଷା ଯୋଗୁଁ ସତର୍କ କଲେ ଏସଆରସି ସମ୍ବଲପୁର,୨୪-୦୮-୨୪ (ପିପିଏସ) : ମହାନଦୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୮ଟି ଗେଟ୍ ଖୋଲାଯାଇଛି ।

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶିଖର ଧୱନଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର

କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ ।

୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର/୨୪-୦୮-୨୪ (ପିପିଏସ): ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ

ଅଚିହ୍ନା ଶବ ଉଦ୍ଧାର କଲା ଝରିଗାଁ ପୁଲିସ

ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଝରିଗାଁ ଥାନା ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ନଦୀକୂଳରେ ଭାସୁଥିବା ଏକ ଅଚିହ୍ନା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତେଲନଦୀ ପଞ୍ଚାୟତ ଗୁଦଗୁଦା ଗ୍ରାମର କିଛି ଲୋକ ଗତକାଲି ସକାଳୁ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଜଣେ

ଦୁଷ୍କର୍ମ ଅଭିଯୁକ୍ତ ଡାକ୍ତର ଏଏସସିବିରୁ ବହଷ୍କୃତ

କଟକ/୨୪-୦୮-୨୪ (ପିପିଏସ): ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଦୁଷ୍କର୍ମ ଘଟଣାରେ ଆଗରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ

ଛତିଆ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଲେ ଲୋକେ

ଛତିଆ/୨୪-୦୮-୨୪ (ପିପିଏସ): ପ୍ରାଣୀ ଚିକିତ୍ସକ ନଥିବାରୁ ସ୍ଥାନୀୟ ଲୋକେ ବଡ଼ଚଣା ବ୍ଲକ୍‌ ଛତିଆସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଛନ୍ତି। ଅଭିଯୋଗ ମୁତାବକ ସୋଲର ଗ୍ରାମର କଳିଙ୍ଗ ଓଝା ଓ ସ୍ଥାନୀୟ ଲୋକେ ଏକ ଅସୁସ୍ଥ ଷଣ୍ଢକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ