*ଲଗାତାର ତିନି ଦିନରେ ୩ ଶିକ୍ଷା ବିଭାଗ କର୍ମଚାରୀ
*ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ
*ଶୁକ୍ରବାର ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସ
ବ୍ରହ୍ମପୁର/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ହୋଇଛି । ପୋଲସରା ବଜାର ସାହିସ୍ଥିତ ପୈତୃକ ବାସଭବନରେ ଭିଜିଲାସନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି l ପାଞ୍ଚ ଜଣିଆ ଭିଜିଲାସନ୍ସ ଟିମ ଆଜି ସକାଳୁ ପୈତୃକ ଭବନରେ ପହଞ୍ଚି କାଗଜପାତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି l
ସେହିଭଳି ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଏକାକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୫ଡିଏସପି, ୪ଇନ୍ସପେକ୍ଟର, ୫ଏସଆଇ ଓ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ବନ୍ଧା ହେବା ପରେ, ଶୁକ୍ରବାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା l