ବିଧାନସଭାରେ ଉଠିଲା ଛତୁଆ ଝଡ଼ : ବିରୋଧୀଙ୍କ ସହ ସ୍ୱର ମିଳାଇଲେ ଶାସକ ଦଳର ସଦସ୍ୟ

ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଗର୍ଭବତୀ ଓ କଅଁଳ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ଯୋଗାଉଥିଲେ ରାଜ୍ୟ ସରକାର। ହେଲେ ସେହି ଛତୁଆ ନିମ୍ନମାନର। ଛତୁଆରେ ପୋକ ସାଲୁବାଲୁ। ଯାହା ଖାଇବା ଯୋଗ୍ୟ ନୁହେଁ। ସେହି ଛତୁଆକୁ ଗାଈ ଗୋରୁ ଖାଉନାହାନ୍ତି। ତାହାହେଲେ ଗର୍ଭବତୀ ଓ କଅଁଳ ପିଲା କେମିତି ଖାଇବେ ? ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ପ୍ରତିଦିନ ଆସୁଛି । ଏହାକୁ ନେଇ ଆଜି ବିଧାନସଭା ଉଠୁଛି ପଡିଛି। ନିମ୍ନମାନର ଛତୁଆକୁ ନେଇ ବରିଷ୍ଠ ବିଧାୟକମାନେ ତାଚ୍ଛଲ୍ୟ କରିଛନ୍ତି । ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି ।

ଆଜି ଗୃହରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଛତୁଆ ମହାଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଥିଲେ କଂଗ୍ରେସର ବରିଷ୍ଠ ସଦସ୍ୟ ତାରା ବାହିନୀପତି। ପରେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇଥିଲେ ଶାସକ ଦଳର ସଦସ୍ୟ । ବ୍ୟବସ୍ଥାରେ ନାକ ତଳେ ଚାଲୁଥିବା ଏ ମହାଦୁର୍ନୀତି ସମ୍ପର୍କରେ ସମସ୍ତେ ଅବଗତ ଥାଇ ମଧ୍ୟ କିଭଳି ବର୍ଷ ବର୍ଷ ଧରି ପୁଷ୍ଟି ନାଁରେ ଅପପୁଷ୍ଟି ବଣ୍ଟା ଚାଲିଛି ତା’ର ସ୍ପଷ୍ଟ ଅବତରାଣା କରିଥିଲେ ଜଣକ ପରେ ଜଣେ ବିଧାୟକ।

ଅନ୍ୟପକ୍ଷେ ୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବିବରଣୀ ମାଗିଛନ୍ତି । ଏସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଯାଞ୍ଚ କମିଟି ଗଠନ କରାଯିବ। ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତି ବେଳେ ଏହାର ମାନ ଯାଞ୍ଚ କରିବେ। ଛତୁଆର ସାମ୍ପ୍ୟୁଲ ଟେଷ୍ଟ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ପରେ ଏ ଘଟଣାର ତଦନ୍ତ କରାଯାଇ, ବିଧାନସଭାକୁ ଜଣାଯିବ ବୋଲି ଉତ୍ତର ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Leave A Reply

Your email address will not be published.