ଓଲଟି ପଡ଼ିଲା ସ୍କୁଲ ଭ୍ୟାନ୍, ୧୦ ଛାତ୍ରଛାତ୍ରୀ ଆହତ
ଭଦ୍ରକ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ଏକ ସ୍କୁଲ ଭ୍ୟାନ୍ ଓଲଟି ପଡ଼ିବାରୁ ୧୦ ଜଣ ପିଲା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚାନ୍ଦବାଲି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଭ୍ୟାନ୍ଟି ଦ୍ବିଗୋଚ୍ଛିଆରୁ ସ୍କୁଲ୍ ପିଲାଙ୍କୁ ଆଣି ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।