ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ବନ୍ଧା ହେବା ପରେ ଆଜି ଶିକ୍ଷା ବିଭାଗର ଆଉଜଣେ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ପ୍ରଦୀପ ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି । ବାଲେଶ୍ୱର ଅଙ୍ଗାରଗାଡ଼ିଆରେ ଥିବା ତିନିମହଲା କୋଠା, ଖନ୍ତାପଡ଼ାରେ ଥିବା ପୈତୃକ ଘର, ସେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସଂପର୍କୀୟଙ୍କ ଘର ଓ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରଦୀପ ଦାସଙ୍କ ଅଫିସ ରୁମରେ ଚଢ଼ାଉ କରାଯାଉଛି।